ଲାଇଭ୍ ଶୋରେ ଇମ୍ରାନଙ୍କୁ ମାଙ୍କଡ଼, କୁକୁର କହି ଗାଳି କଲେ ପାକିସ୍ତାନୀ ନାଗରିକ

Pakistan Imran Khan Viral Video PM Abuse Phone Caller

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଭିତରେ ଇମ୍ରାନଙ୍କ ବିରୋଧରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଅନାସ୍ଥା ପ୍ରସ୍ତାବରୁ ଅଳ୍ପେକ ପାକିସ୍ତାନ ଆସେମ୍ବ୍ଲିଂରେ ଇମ୍ରାନ ତ ବିରୋଧୀଙ୍କ ଠାରୁ ରକ୍ଷା ପାଇ ଯାଇଛନ୍ତି । କିନ୍ତୁ ଟିଭି ଲାଇଭ ଶୋରେ ଜନତାଙ୍କ ଠାରୁ ଅପଦସ୍ତ ହେବାକୁ ପଡ଼ିଛି । ଏକ ଟିଭି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଜଣ କଲର ଇମ୍ରାନଙ୍କୁ ଗାଳି କରିଛନ୍ତି । ଇମ୍ରାନଙ୍କୁ ମାଙ୍କଡ଼, କୁକୁର ଭଳି ଶବ୍ଦ ବ୍ୟବହାର କରିଛନ୍ତି ଲାଇଭ୍ ଶୋରେ ।

ଏଥିସହ ପଢ଼ନ୍ତୁ: ପୁଣି ଠକିଗଲା ପାକିସ୍ତାନ, ଇମ୍ରାନ ଦେଇଥିବା ୫୧ ପ୍ରତିଶ୍ରୁତିରୁ ଗୋଟିଏ ପୂରଣ !

ଇମ୍ରାନ ଖାନ ସରକାର ବଞ୍ଚାଇବାକୁ ସଂସଦର ଉପାଧ୍ୟକ୍ଷଙ୍କୁ ହାତ କରି ଅବିଶ୍ୱାସ ପ୍ରସ୍ତାବ ଖାରଜ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏବେ ଉକ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ଅନ୍ୟପଟେ ରାଜନୈତିକ ଫାଇଦା ପାଇଁ ଓ ଲୋକଙ୍କ ରାଗ ଥଣ୍ଡା କରିବାକୁ ଇମ୍ରାନ ଅନେକ ସମୟରେ ଟିଭିରେ ଆସୁଛନ୍ତି । କେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦେଉଛନ୍ତି ତ କେବେ ଫୋନ୍ କଲର ଉତ୍ତର । ତେବେ କାର୍ଯ୍ୟକ୍ରମରେ ଅଧିକାଂଶ କଲରଙ୍କୁ ପୂର୍ବରୁ ସେଟିଂ କରି ରଖା ଯାଉଥିବା ବେଳେ ଗଡ଼ବଡ଼ ହୋଇ ଯାଉଛି ।

Pakistan Imran Khan Viral Video PM Abuse Phone Caller

ତେବେ ରବିବାର ଇମ୍ରାନଙ୍କ ଲାଇଭ୍ ଶୋରେ ଫୋନ୍ କଲର ଉତ୍ତର ରଖୁଥିବା ବେଳେ ଜଣେ କଲର କଲ୍ କରିଥିଲେ । ନିଜ ପରିଚୟ ମହମ୍ମଦ ୟାକୁବ କ୍ୟୁରେଶି ଦେଇ ଚାଲିସ୍ତାନର ବାସିନ୍ଦା ବୋଲି କହିଥିଲେ । ଇମ୍ରାନଙ୍କୁ ପ୍ରଶ୍ନ କରିଥିଲେ, କହୁଥିଲେ ଶେଷ ବଲ୍ ଯାଏ ଖେଳିବ । କଣ ହେଲା ପବନ ପଳାଇଲା ନା ଟାଇଟ୍ ହୋଇଗଲା । କାହିଁକି ଭାଗିକରି ପଳାଇଲ । ଏତେ ସବୁ ପରେ ବି ତୁମ ମୁହଁରେ ଲାଜ ନାହିଁ । ଲାଗୁଛି ତୁମ ମୁହଁ କ୍ଷମତାରେ ଅନ୍ଧ ହୋଇ ଯାଇଛି । ମାଙ୍କଡ଼ ଭଳି ଜିଦ୍ କରୁଛ ଖାଲି ମୋତେ ଚୌକି ଦରକାର… ଚୌକି ଦରକାର ।