ଇମ୍ରାନଙ୍କ ରାଲିରେ ହୋଇପାରେ ଆତଙ୍କବାଦୀ ହମଲା, ସୂଚନା ଦେଲା ଗୁଇନ୍ଦା ସଂସ୍ଥା

1 min read

ଇସଲାମାବାଦ: ନିକଟରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଶାଳ ରାଲି କରିଥିଲେ । ଯେଉଁ ରାଲିରେ ଲକ୍ଷେରୁ ଅଧିକା ଲୋକ ଏକାଠି ହୋଇଥିଲେ । ଏହି ରାଲିକୁ ନେଇ ଏକ ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ତାଲିବାନ ଏବଂ ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନର ନଜର ଇମ୍ରାନଙ୍କ ରାଲି ଉପରେ ଅଛି । ଏହି ରିପୋର୍ଟ ଆସିବା ପରେ ଆଫଗାନିସ୍ଥାନ ତାଲିବାନ ସରକାରକୁ ଏହି ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରାଯାଇଛି ।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଦ୍ବାରା ୨୨ ମାର୍ଚ୍ଚରେ ଏହି ଆର୍ଲଟ ଜାରି କରାଯାଇଥିଲା । ଜରୁରୀ ସୂଚନା ଦେଇ କୁହାଯାଇଛି ଯେ, ବୈଦେଶିକ ଗୁଇନ୍ଦା ସଂସ୍ଥା ସହାୟତାରେ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନର କମାଣ୍ଡର ମୁକରାମ ଖୁରାସାନି ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କ ସହାୟତାରେ ପାକିସ୍ତାନରେ ବିଶୃଙ୍ଖଳା କରିବାକୁ ଚାହୁଁଛନ୍ତି। ଲାହୋରରେ ହେବାକୁ ଥିବା ଇମ୍ରାନଙ୍କ ରାଲିରେ ଏହି ଆତଙ୍କବାଦୀ ହମଲା ହେବ ବୋଲି ସୂଚନା ରହିଛି ।