spot_img

Latest Posts

UNରେ ଆମେରିକା ରାଷ୍ଟ୍ରପତି ଏବଂ ମୁଜାହିଦ୍ଦିନଙ୍କୁ ନେଇ ଇମ୍ରାନଙ୍କ ବିସ୍ଫୋରକ ବୟାନ, ସାମ୍ନାକୁ ଆସିଲା ୩୮ ବର୍ଷର ପୁରୁଣା ଭିଡିଓ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ସ୍ତରରେ ବି ଆତଙ୍କବାଦୀ ଗୋଷ୍ଠୀ ତାଲିବାନକୁ ପାକିସ୍ତାନର ସମର୍ଥନ। ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ବେଳେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନକୁ ଦୃଢ଼ ସମର୍ଥନ କରିଛନ୍ତି। ତାଲିବାନ ସରକାରକୁ ମଜବୁତ କରିବାକୁ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବାକୁ ସେ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି। ତାଲିବାନକୁ ସମର୍ଥନ କରୁଥିବାବେଳେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଡିତ ଏକ ତଥ୍ୟକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ସେ କହିଛନ୍ତି ଯେ ୧୯୮୩ ମସିହାରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ତାଲିବାନ ମୁଜାହିଦ୍ଦିନଙ୍କୁ ଆମେରିକାର ପ୍ରତିଷ୍ଠାତାଙ୍କ ସହ ତୁଳନା କରିଥିଲେ। ଇମ୍ରାନଙ୍କ ଏହି ବିବୃତ୍ତି ପରେ ବିଶ୍ୱରେ ଏକ ପ୍ରକାରର ଚର୍ଚ୍ଚା ଆଲୋଡ଼ନ ସୃଷ୍ଟି କରିଛି। ବିଶ୍ୱ ଏଭଳି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହିଁ, ଏବଂ ଏଭଳି ତଥ୍ୟ ପ୍ରକାଶ କରିବା ପାଇଁ ତାଙ୍କ ଉପରେ ଅଭିଯୋଗ ଲାଗିବା ଆରମ୍ଭ ହୋଇସାରିଲାଣି। ସେପଟେ PML-Nର ଉପରାଷ୍ଟ୍ରପତି ମରିୟମ ନୱାଜ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନଙ୍କ ଭାଷଣ ଲେଖିଥିବା ବ୍ୟକ୍ତି କିଏ ? ଏଭଳି ମନ୍ତବ୍ୟ ପରେ ଇମରା ନିଜେ ପଦରୁ ବରଖାସ୍ତ କରାଯିବା ଉଚିତ।

ଜାତିସଂଘ ସାଧାରଣ ସଭାରେ ଇମ୍ରାନ ଖାନ କହିଛନ୍ତି ଯେ ଆଫଗାନିସ୍ତାନରେ “ବେଆଇନ ଦଖଲ” ବିରୋଧରେ ୧୯୮୦ ଦଶକରେ ପାକିସ୍ତାନ ଆଗରେ ଥିଲା ଏବଂ ଆମେରିକା ସହିତ ମୁଜାହିଦ୍ଦିନ ଗୋଷ୍ଠୀକୁ ତାଲିମ ଦେଉଥିଲା। ସ୍ୱାଧୀନତା ପାଇଁ ଲଢ଼ୁଥିବା ଏହି ସଂଗ୍ରାମୀମାନଙ୍କୁ ହିରୋ ଭାବରେ ବିବେଚନା କରାଯାଉଥିଲା ଏବଂ ପରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ସେମାନଙ୍କୁ ୧୯୮୩ ରେ ହ୍ୱାଇଟ ହାଉସକୁ ମଧ୍ୟ ଡାକିଥିଲେ। ରେଗାନ୍ ଏହି ମୁଜାହିଦ୍ଦିନ ଯୋଦ୍ଧା ମାନଙ୍କୁ ଆମେରିକାର ମୂଳଦୁଆ ପକାଇଥିବା ନେତାଙ୍କ ସହ ତୁଳନା କରିଥିଲେ।

ସେପଟେ ଇମ୍ରାନଙ୍କ ଏଭଳି ମନ୍ତବ୍ୟକୁ ମଛ ବୋଲି କୁହାଯାଇଛି। ମୁଜାହିଦ୍ଦିନ ଗୋଷ୍ଠୀରୁ ତାଲିବାନ ପର୍ଯ୍ୟନ୍ତ ଆଫଗାନିସ୍ତାନର ବୃଦ୍ଧି ପାଇଁ ଏହାର ଇତିହାସକୁ ମନେ ପକାଇ ଆମେରିକାକୁ ଟାର୍ଗେଟ କରିବା ପାଇଁ ରେଗାନଙ୍କ ମନ୍ତବ୍ୟକୁ ସେ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ କୁହାଯାଉଛି ଯେ ରେଗାନ୍ ତାଙ୍କ ଭାଷଣରେ ମୁଜାହିଦ୍ଦିନ ମାନଙ୍କୁ ଆମେରିକାର ‘ପ୍ରତିଷ୍ଠାତା’ଙ୍କ ସହିତ ତୁଳନା କରିନାହାଁନ୍ତି। ଅଭିଯୋଗ ହୋଇଛି ଯେ ଏକ ଏଡିଟ୍ ହୋଇଥିବା ଭିଡିଓ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ ରେଗାନଙ୍କ ଭାଷଣ ଏଡିଟ୍ କରାଯାଇଛି।

Latest Posts

Don't Miss