spot_img

Latest Posts

ପାକିସ୍ତାନରେ ମସଜିଦ୍‌ରୁ ପାଣି ପିଇବାରୁ ବନ୍ଦୀ ହେଲେ ହିନ୍ଦୁ ପରିବାର

ନୂଆଦିଲ୍ଲୀ: ଏଠି ପାଣି ପାଇଁ ମଧ୍ୟ ସଜା ଭୋଗିବାକୁ ପଡ଼େ। ଏହି ଦେଶରେ ଟ୍ୟାପ୍‌ରୁ ପାଣି ନେଲେ ବନ୍ଦୀ ଭଳି ନିର୍ଯାତନାର ଶିକାର ହେବାକୁ ପଡ଼େ। ହଁ ଆମେ ଆମର ପଡ଼ୋଶି ଶତ୍ରୁ ଦେଶ ପାକିସ୍ତାନ କଥା କହୁଛୁ। ପାକିସ୍ତାନର ପଞ୍ଜାବରେ ଜଣେ ଗରିବ କୃଷକକୁ ଏଭଳି ପରିସ୍ଥିତିର ସାମ୍ନା ହେବାକୁ ପଡ଼ିଛି। ମସଜିର ଟ୍ୟାପ୍‌ରୁ କୃଷକ ଜଣକ ପିଇବା ପାଇଁ ପାଣି ନେବାରୁ କୃଷକ ଜଣକୁ ବହୁ ଅସୁବିଧାର ସାମ୍ନା ହେବାକୁ ପଡ଼ିଥିଲା। ସେମାନଙ୍କୁ ମାଡ଼ ମାରିବା ସହ ବନ୍ଦୀ ମଧ୍ୟ କରିଦେଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ପଞ୍ଜାପର ରହମିୟାର ଖାନ ସହରରେ।

ସୂଳଚନା ମୁତାବକ, ଆଲାମ ରାମ ଭିଲ ତାଙ୍କ ପତ୍ନୀଙ୍କ ସହ ପୁରା ପରିବାର ବିଲରେ କପା ଚାଷ କରନ୍ତି। ଶୋଷ ଲାଗିବାରୁ ପରିବାରର କିଛି ଲୋକ ପାଖରେ ଥିବା ଏକ ମସଜିଦକୁ ପାଣିପାଇଁ ଯାଇଥିଲେ। ତେବେ ପାଣି ଆଣିବା ସମୟରେ ମସଜିଦର ପବିତ୍ରତା ନିୟମକୁ ଭାଙ୍ଗିଥିବାରୁ ସ୍ଥାନୀୟ ଜମିଦାର ଏବଂ ଲୋକ ମିଶି ଉକ୍ତ ପରିବାରକୁ ମାଡ଼ ମାରିଥିଲେ। ସେତିକିରେ ସରିନଥିଲା ବର୍ବରତାର କାହାଣୀ। କପା କାମ ସାରି ଘରକୁ ଫେରୁଥିବା ବେଳେ ସେମାନଙ୍କୁ ବନ୍ଦୀରକି ନିର୍ଯାତନା ଦେଇଥିଲେ ଲୋକେ।

ନିର୍ଯାତନାର ଶିକାର ହୋଇଥିବା ପିଡ଼ିତ ମାନେ ପୋଲିସ୍‌କୁ କହିଥିଲେ ମଧ୍ୟ ପୋଲିସ କୌଣସି ଏତଲା ରୁଜୁ କରିନଥିଲା। କାରଣ ଆକ୍ରମଣକାରୀମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହେରିକ-ଇ-ଇନସାଫ ଦଳର ସ୍ଥାନୀୟ ସାଂସଦଙ୍କ ସହ ଜଡିତ ଥିଲେ। ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ପୀଡ଼ିତ ମାନେ ପୋଲିସ ଷ୍ଟସନ ସାମ୍ନାରେ ବିରୋଧ କରିଥିଲେ।

Latest Posts

Don't Miss