ଅଭିନନ୍ଦନଙ୍କୁ ବୀରଚକ୍ର,ପାକିସ୍ତାନକୁ କାହିଁକି ବାଧୁଛି ?
1 min readନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ବୀରତ୍ବ ପାଇଁ ଅଭିନନ୍ଦନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ଅଭିନନ୍ଦନଙ୍କୁ ସମ୍ମାନିତ କରିବା ପରେ ପାକିସ୍ତାନ ଏହାକୁ ନେଇ ବୟାନ ବାଜି ଆରମ୍ଭ କରିଦେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମଧ୍ୟ ବୟାନ ଜାରି କରିଛି ।
President Kovind presents Vir Chakra to Wing Commander (now Group Captain) Varthaman Abhinandan. He showed conspicuous courage, demonstrated gallantry in the face of the enemy while disregarding personal safety and displayed exceptional sense of duty. pic.twitter.com/zrmQJgfbEr
— President of India (@rashtrapatibhvn) November 22, 2021
୨୦୧୯ ମସିହାରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଅଭିନନ୍ଦନ ଏକ ଏଫ-୧୬ ଫାଇଟର ଜେଟକୁ ତାଙ୍କ ମିଗ୍-୨୧ ଫାଇଟର ଜେଟରେ ମାରି ତଳେ ପକାଇ ଦେଇଥିଲେ । କିନ୍ତୁ ଏଥିରେ ଅଭିନନ୍ଦନଙ୍କ ଫାଇଟର ଜେଟ ମିଗ୍-୨୧ ବି ପାକିସ୍ତାନ ସୀମାରେ ପଡ଼ିଥିଲା । ଯାହା ଫଳରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ କାବୁ କରିନେଇଥିଲେ । ତେବେ ବର୍ତ୍ତମାନ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହୁଛି କି ଭାରତ କେବଳ ତାଙ୍କ ଲୋକଙ୍କୁ ଖୁସି କରିବା ପାଇଁ ଏପରି କହୁଛି । ଅଭିନନ୍ଦନ ପାକିସ୍ତାନର କୌଣସି ଫାଇଟର ଜେଟକୁ ମାରି ତଳେ ପକାଇନଥିଲେ ।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି କି ଭାରତୀୟ ପାଇଲଟ କୌଣସି ଏଫ-୧୬ ବିମାନକୁ ତଳେ ପକାଇନଥିଲେ । କେବଳ ଭାରତୀୟ ଲୋକଙ୍କୁ ଖୁସି କରିବା ପାଇଁ ଏବଂ ନିଜର ଲଜ୍ୟା ଛୁପାଇବା ପାଇଁ ଏପରି ଭାରତ କହୁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ସେମାନେ ଆହୁରି କହିଛନ୍ତି କି ଅନ୍ତରାଷ୍ଟ୍ରିୟ ବିଶେଷଜ୍ଞ ଓ ଆମେରିକା ଅଧିକାରୀ ପ୍ରଥମରୁ କହିସାରିଛନ୍ତି କି କିଛି ପାକିସ୍ତାନ ଏଫ-୧୬ ଏୟାରକ୍ରାଫ୍ଟକୁ ମାରି ତଳେ ପକାଇ ନାହାନ୍ତି । ଭାରତ ମିଥ୍ୟା ପ୍ରଚାର କରୁଛି ଯାହା ହାସ୍ୟସ୍ପଦ ଅଟେ । ଏପରି ଭାବରେ ସମ୍ମାନିତ କରି ଭାରତ ତା’ର ନିଜର ମଜାକ ବନଉଛି ବୋଲି କହିଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ । ଏହି ବୟାନରେ ଆହୁରି କହିଛନ୍ତି କି ୨୭ ଫେବୃଆରୀ ୨୦୧୯ରେ ପାକିସ୍ତାନ ଏୟାରଫୋର୍ସ ଭାରତର ଦୁଇଟି ଫାଇଟର ଜେଟକୁ ମାରି ତଳେ ପକାଇ ଦେଇଥିଲା । ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଥିଲା ମିଗ୍-୨୧ । ଯାହା ପିଓକେରେ ପଡ଼ିଥିଲା । ଏହି ବିମାନରେ ବସିଥିବା ପାଇଲଟ ଅଭିନନ୍ଦନ ବର୍ଧ୍ୟମାନ ପିଓକେରେ ପଡ଼ିଥିଲେ ଯାହା ଫଳରେ ତାଙ୍କୁ ପାକିସ୍ତାନ ସେନା ଧରିଥିଲେ ।
ଏହି ବୟାନରେ କୁହାଯାଇଛି କି ଭାରତର ଲଗାତର ଆକ୍ରମଣ ଆକ୍ସନ ଓ ଶତ୍ରୁତ ଥାଇ ମଧ୍ୟ ପାକିସ୍ତାନ ପାଇଲଟକୁ ଛାଡିଦେଇଥିଲେ । ଯାହା ଦର୍ଶାଉଛି ଯେ ପାକିସ୍ତାନ ତା’ର ପଡୋଶୀ ଦେଶ ସହିତ ଶାନ୍ତି ରଖିବାକୁ ଚେଷ୍ଟା କରିଥାଏ । ସେହି ଦି ଭାରତ ଶ୍ରୀନଗରରେ ତା’ର ଏମଆଇ-୧୭ ହେଲିକାପ୍ଟରକୁ ମାରି ତଳେ ପକାଇ ଦେଇଥିଲେ ବୋଲି କହିଛି ପାକିସ୍ତାନ । ଭାରତୀୟ ବାୟୁସେନାକୁ ପାକିସ୍ତାନ ମାତ୍ ଦେଇଥିଲା ବୋଲି କହିଛି ପାକିସ୍ତାନ ।
ତେବେ ପାକିସ୍ତାନ ଯାହା କହୁ ନା କାହିଁ ଅଭିନନ୍ଦନ ଓ ଭାରତୀୟ ସେନାର ପରିକ୍ରମାକୁ ସମସ୍ତେ ମନେ ରଖିବେ । ପାକିସ୍ତାନ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ଏତେ ଭୟ ଥିଲା ଯେ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିଦେଇଥିଲା । ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ନିଜେ ସଂସଦରେ କହିଥିଲେ କି ଭାରତର ସର୍ଜିକାଲ ଷ୍ଟ୍ରାଇକ ଭୟରେ ପାକିସ୍ତାନ ଅଭିନନ୍ଦନ ବର୍ଥମାନଙ୍କୁ ଛାଡିଦେଇଥିଲେ ।