ଟ୍ୱିଟରରେ ଭିକ ମାଗିଲା ପାକିସ୍ତାନ ଦୂତାବାସ, ‘ଭାରତ ଠାରୁ ଟଙ୍କା ଆଣି ୟୁକ୍ରେନରୁ ଉଦ୍ଧାର କର’

1 min read
Pakistan Embassy Tweets Viral Over Ukraine War

ନୂଆଦିଲ୍ଲୀ: ଯୁଦ୍ଧର ନିଆଁରେ ୟୁକ୍ରେନ୍ ଜଳୁଛି । ଅର୍ଥ ପାଇଁ ଥାଳ ଧରି ବିଦେଶ ବୁଲୁଛନ୍ତି ପାକିସ୍ତାନ ମୁଖିଆ । ୟୁକ୍ରେନରେ ୨ ହଜାରରୁ ଅଧିକ ପାକିସ୍ତାନୀ ଫସି ରହିଥିଲେ ମଧ୍ୟ ଇମ୍ରାନ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଯୁଦ୍ଧ ଭୂଇଁରେ ପାକିସ୍ତାନୀ ନାଗରିକଙ୍କୁ ସେମିତି ଛାଡ଼ି ଦେଇ ଗତ ସପ୍ତାହରେ ମସ୍କୋରେ ପୁଟିନଙ୍କୁ ଭେଟିଥିଲେ ଇମ୍ରାନ । ଏବେ ୟୁକ୍ରେନରେ ଋଷ ଘନ ଘନ ଆକ୍ରମଣ କରୁଛି । କେତେବେଳେ ମିଜାଇଲ୍ ତ କେତେବେଳେ ଟ୍ୟାଙ୍କରୁ ଫୁଟୁଛି ଆଖିବୁଜା ଗୁଳି । ତଥାପି ପାକିସ୍ତାନ ନାଗରିକଙ୍କ କଥା ଚିନ୍ତା ନକରି ଅଚିନ୍ତାରେ ଶୋଇଛି ଇମ୍ରାନ ସରକାର ।

Pakistan Embassy Tweets Viral Over Ukraine War

ଯାହାକୁ ବିରୋଧ କରିଛି ଖୋଦ୍ ପାକିସ୍ତାନ ଦୂତାବାସ । ଆଲଜେରିଆ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ ଏକ ଟ୍ୱିଟ୍ କରି କରାଯାଇଛି । ଯେଉଁଥିରେ ପାକିସ୍ତାନ ଦୂତାବାସ ୟୁକ୍ରେନରେ ଫସିଥିବା ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର ପାଇଁ ଟଙ୍କା ଦେବାକୁ କହିଛି । ୟୁକ୍ରେନ୍ ଯୁଦ୍ଧକୁ ୭ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପାକିସ୍ତାନୀ ଉଦ୍ଧାର ହୋଇନାହାନ୍ତି । ଏପରିକି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା ଟ୍ୱିଟ୍ କରିଛି ପାକିସ୍ତାନ ଦୂତାବାସ ।

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ର ବସରେ ତ୍ରିରଙ୍ଗା ଲଗାଇ ସୀମା ପାର୍ ହେଉଛନ୍ତି । ଭାରତ ସରକାର ମଧ୍ୟ ସୀମାରୁ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ନେଉଛନ୍ତି । ଏକଥା ଉଲ୍ଲେଖ କରି ପାକିସ୍ତାନ ଦୂତାବାସ ଲେଖିଛି, ଯଦି ଟଙ୍କା ଦେଇ ନ ପାରିବ ତାହେଲେ ପାକିସ୍ତାନ ଛାତ୍ର ତ୍ରିରଙ୍ଗା ବ୍ୟବହାର କଲା ଭଳି ଭାରତକୁ ଟଙ୍କା ସାହାଯ୍ୟ ମାଗିବେ । ଏହି ଟ୍ୱିଟ୍ ସହ ଆଲଜେରିଆ ସ୍ଥିତ ପାକିସ୍ତାନ ଦୂତାବାସ ଏକ ନ୍ୟୁଜ୍ କ୍ଲିପ୍ ଟ୍ୱିଟ୍ କରିଛି । ଯେଉଁଥିରେ ୟୁକ୍ରେନରେ ଫସିଥିବା ପାକିସ୍ତାନୀ ନାଗରିକ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାର ଚିତ୍ର ରହିଛି । ଯଦିଓ ଏହି ଟ୍ୱିଟକୁ ପରେ ପାକିସ୍ତାନ ଦୂତାବାସ ଡିଲିଟ୍ କରିବା ସହ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଛି । ଏବେ ପାକିସ୍ତାନ ଦୂତାବାସର ଏଭଳି ଟ୍ୱିଟ୍ ଭାଇରାଲ୍ ହେବାରେ ଲାଗିଛି ।

Leave a Reply