ପାକିସ୍ତାନରେ ୧୨-୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ, ଜାଣନ୍ତୁ କ’ଣ ରହିଛି କାରଣ…

1 min read

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଏବେ ପୁଣି ପାକସ୍ତାନରେ ଦେଖିବାକୁ ମିଳିଛି ବିଜୁଳି ସଙ୍କଟ । ଏବେ ଅନ୍ଧାର ଘେରରେ ରହୁଛି ପାକିସ୍ତାନର ଅନେକ ଅଞ୍ଚଳ । ଗୋଟିଏ କି ଦୁଇ ଘଣ୍ଟା ନୁହେଁ ୧୨-୧୨ଘଣ୍ଟା ଲେଖାଏଁ କାଟ ହେଉଛି ବିଜୁଳି । ଏପରି ବିଦ୍ୟୁତ ଅଭାବ ଦେଖାଯାଉଥିବାରୁ ଶ୍ରୀଲଙ୍କା ପରି ଅବସ୍ଥା ହେବାର ଆଶଙ୍କା ମଧ୍ୟ କରାଯାଉଛି ।

ପ୍ରାୟ ଏକ ଦଶନ୍ଧି ପୂର୍ବରୁ ପାକିସ୍ଥାନରେ ବିଦ୍ୟୁତ ଶକ୍ତିକୁ ନେଇ ଏକ ନୂଆ ଦୀର୍ଘସ୍ଥାୟୀ ପଲିସି ଆରମ୍ଭ କରିଥିଲା । ନୂଆ ପଲିସି ଅନୁଯାୟୀ  ଇଟାଲୀ ଓ କତାରର କିଛି କମ୍ପାନୀ ମାନଙ୍କୁ ଏଲପିଜି ଯୋଗାଣ ପାଇଁ ଦୀର୍ଘକାଳୀନ ଚୁକ୍ତିନାମା କରାଯାଇଥିଲା | ଏବେ ଏହି କମ୍ପାନୀଗୁଡିକ ପାକିସ୍ତାନକୁ ଦେବାକୁ ଥିବା ଏଲପିଜିକୁ ଅନ୍ୟତ୍ର ବିକି ଅଧିକ ଲାଭ କରୁଛନ୍ତି ।

ବର୍ତ୍ତମାନ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଏହାର ପ୍ରଭାବ ପଡୁଛି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ୟୁରୋପ ରୁଷରୁ ଗ୍ୟାସ କ୍ରୟକୁ କ୍ରମାଗତ ଭାବେ ହ୍ରାସ କରିଛି | ଏହି କାରଣରୁ ଏଲପିଜିର ଗ୍ଲୋବାଲ ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଛି । ଏହି କାରଣରୁ ସମସ୍ତ ପଡୋଶୀ ଦେଶକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥିପାଇଁ ପାକିସ୍ଥାନର ବିଭିନ୍ନ ସହରରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ୧୨-୧୨ ଘଣ୍ଟା ଧରି ବିଦ୍ୟୁତ କାଟ କାରାଯାଉଛି ।