spot_img

Latest Posts

ପାକିସ୍ତାନରେ ହୁହୁ ବଢୁଛି ଦରଦାମ୍, ଦୁର୍ବଳ ହେଉଛି ଆର୍ଥିକ ସ୍ଥିତି

ଲାହୋର: ଦେବାଳିଆ ହେବା ଉପରେ ପାକିସ୍ତାନ। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ ଅରବ ଡଲାର ହୋଇଯାଇଛି। ଗତ ଆଠବର୍ଷରେ ଏହା ସବୁଠାରୁ କମ ସ୍ତରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ ବି ମୁଦ୍ରା ଭଣ୍ଡାରର ସ୍ଥିତି ଦୁର୍ବଳ ହେଉଛି ।

ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୪୫ ଅରବ ଡଲାର ବିଦେଶୀ ଋଣ ସୁଝିଥିବା ବେଳେ ବିଦେଶୀ ପାଣ୍ଠି ହ୍ରାସ ପାଇଛି। ଦେଶରେ ପିଏମଏଲଏନ ନେତୃତ୍ୱାଧୀନ ମିଳିତ ସରକାର ସାମ୍ନାରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆର୍ଥିକ ସ୍ଥିତିକୁ ସୁଦୃଢ କରିବା। ବିଦେଶୀ ଋଣକୁ ପରିଶୋଧ କରିବା। ଚୀନ, ସାଉଦି ଅରବ, ୟୁଏଇ, ବିଶ୍ୱବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠୀରୁ ଋଣ ନେଇଛି ପାକିସ୍ତାନ।

ବର୍ତ୍ତମାନ ଦେଶ ପାଖରେ ଏତେ ଟଙ୍କା ନାହିଁ ଯେ ସେ ବିଦେଶୀ ଋଣ ଭରଣା କରିପାରିବ। ଦୈନନ୍ଦିନ ସାମଗ୍ରୀ ଦର ମଧ୍ୟ ପାକିସ୍ତାନରେ ହୁହୁ ବଢିଛି। ଚାଉଳ, ଅଟା, ଡାଲି, ଚା’ ଓ ପନିପରିବା ଦର ୧୦୦ ଗୁଣା ବୃଦ୍ଧି ପାଇଛି। ପ୍ରତିବର୍ଷ ପାକିସ୍ତାନ ସରକାର ସେନା ପାଇଁ ଅଧିକ ଖର୍ଚ୍ଚ କରୁଥିବା ବେଳେ ବିକାଶ କ୍ଷେତ୍ରରେ କମ୍‌ ଖର୍ଚ୍ଚ କରୁଛନ୍ତି ଯେଉଁଥିପାଇଁ ଏଭଳି ସ୍ଥିତି ବୋଲି ବିଶେଷଜ୍ଞ କହିଛନ୍ତି ।

Latest Posts

Don't Miss