spot_img

Latest Posts

ପ୍ରଥମ ଥର ପାଇଁ କମିଲା ଜିଡିପି, କିନ୍ତୁ ବଢ଼ିଛି ଗଧଙ୍କ ସଂଖ୍ୟା: ଚୀନକୁ ରପ୍ତାନୀ ହେବ ୮୦ ହଜାର

କରାଚୀ: ୬୮ ବର୍ଷରେ ପ୍ରଥମ ଥର ପାଇଁ ପାକିସ୍ତାନର ଜିଡିପି କମିଛି । ୨୦୧୯-୨୦ରେ ଜିଡିପି (-) ୦.୩୮ ରହିଛି । ସରକାରଙ୍କ ଆର୍ଥକ ପରାମର୍ଶଦାତା ଅବଦୁଲ୍‌ ହଫିଜ୍‌ ଶେଖ୍‌ ଅର୍ଥନୈତିକ ସର୍ଭେ ୨୦୧୯-୨୦ରେ ଏହି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଥିଲା ଦେଶର ଆର୍ଥିକ ସ୍ଥିତି ପ୍ରଥମରୁ ହିଁ ବହୁତ ଦୁର୍ବଳ ରହିଛି । ମହାମାରୀରେ ସ୍ଥିତି ଆହୁରୀ ଗମ୍ଭୀର ହୋଇପଡ଼ିଛି । ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ କିନ୍ତୁ ପଶୁ ଚରାଳିଙ୍କ ସ୍ଥିତିରେ ସୁଧାର ଆସିଛି ।  ସର୍ଭେ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଗଧଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି । ମୋଟ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି । ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏକ ବୁଝାମଣା ହୋଇଛି । ଯାହା ଅନୁଯାୟୀ ପାକିସ୍ତାନ ୩ ବର୍ଷ ଯାଏଁ ୮୦ ହଜାର ଗଧ ଚୀନକୁ ରପ୍ତାନୀ କରାଯିବ ।

Pakistan earns by exporting donkeys to China - Window To News

ଅର୍ଥନୈତିକ ସର୍ଭେ ଅନୁଯାୟୀ ୨୦୧୯-୨୦ ମୁତାବକ ଜିଡିପି ୦.୩୮ ପ୍ରତିଶତ କମ୍‌ ରହିଛି । ମାର୍ଚ୍ଚରେ ଆଂଶିକ ଲକ୍‌ଡାଉନ୍‌ରେ ପାଖାପାଖି ସମସ୍ତ ସେକ୍ୱରର ଅଣ୍ଟା ଭାଙ୍ଗିଯାଇଛି । କିନ୍ତୁ  କୃଷି ସେକ୍ୱରରେ ମୋଟ ୨.୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଶିଳ୍ପାଞ୍ଚଳ ଏବଂ ସର୍ଭିସ ସେକ୍ଟରରେ ନେଗେଟିଭ୍ ଗ୍ରୋଥ ରହିଛି । ଏହାହିଁ ଜିଡିପିର ଆକାର ବଢ଼ିବା ବଦଳରେ ୦.୩୮ ପ୍ରତିଶତ କମ୍‌ ହୋଇଛି ।

Not just Q2, India's slow GDP growth likely to continue in Q3 ...

 ବଢ଼ିଛି ଗଧଙ୍କ ସଂଖ୍ୟା

ପାକିସ୍ତାନର ଅର୍ଥନୀତି ଅଧିକାଂଶ କ୍ଷେତ୍ରରେ ନେଗେଟିଭ୍‌ ଗ୍ରୋଥ ଦେଖିବାକୁ ମିଳିଥିବା ବେଳେ ଗୋରୁ ଚରାଳିଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏମାନଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଛି । ଅର୍ଥନୈତିକ ସର୍ଭେରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।  ବର୍ତ୍ତମାନ ଗଧଙ୍କ ସଂଖ୍ୟା ୫୪ ଲକ୍ଷରୁ ବଢ଼ି ୫୫ ଲକ୍ଷରେ ପହଞ୍ଚିଛି ।

Chinese Makeup Brands | Saubhaya Makeup

 ଚୀନକୁ ହେବ ରପ୍ତାନୀ

ପାକିସ୍ତାନ ନିଜ ଗଧମାନକୁ ସବୁଠାରୁ ଅଧିକ ଚୀନକୁ ରପ୍ତାନୀ କରେ । ସେଠାରେ ଏମାନଙ୍କ ଚମଡ଼ାକୁ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ତେବେ ଗଧଙ୍କ ସଂଖ୍ୟା ବଢ଼ିବା ଉଭୟ ଚୀନ ଓ ପାକିସ୍ତାନ ପାଇଁ ଖୁସି ଖବର । ତେବେ ଗଧଙ୍କ ସଂଖ୍ୟା ବୃଦ୍ଧି ନେଇ ଚୀନ ପାକିସ୍ତାନରେ କୋଟି କୋଟି ଡଲାର ପୁଞ୍ଜି ନିବେଶ କରୁଛି ।

Latest Posts

Don't Miss