spot_img

Latest Posts

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ

ଇସଲାମବାଦ: ଯେଉଁଠାରେ ରାତି ୮ଟାରେ ଦୋକାନ ବଜାର ବନ୍ଦ ହୋଇଯାଏ ସେଠାରେ ପିଲାମାନଙ୍କ ଜନ୍ମ କମ୍ ହୋଇଥାଏ । ଏହି କଥା ଆମେ କହୁନୁ କିଛି ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ରକ୍ଷାମନ୍ତ୍ରୀ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ କିଛି ବର୍ଷ ହେବ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଟଙ୍କା ସଞ୍ଚୟ କରିବା ପାଇଁ କିଛି ଏଭଳି ବୟାନ ଦେଇଛନ୍ତି ରକ୍ଷାମନ୍ତ୍ରୀ । କେବଳ ରକ୍ଷାମନ୍ତ୍ରୀ ନୁହେଁ ବରଂ ଦେଶର ଜନସାଧାରଣା ଯୋଗାଡ କରି ନିଜ ପରିବାରକୁ ପ୍ରତିପୋଷଣ କରିବାରେ ଲାଗିଛନ୍ତି । ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ପାକିସ୍ତାନରେ ଯୋଗାଡ କରି ଲୋକମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଆପଣା ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କିଭିଳି ଭାବରେ ଆବଶ୍ୟକୀୟ ଜିନିଷ ସଂରକ୍ଷିତ କରୁଛନ୍ତି ସାଧାରଣ ଲୋକେ ।

ପାକିସ୍ତାନର ଆର୍ଥିକ ଅବସ୍ତା ଏବେ ସମସ୍ତେ ଜାଣିଛନ୍ତି । ପ୍ରଥମତଃ ବିଜୁଳି ବଞ୍ଚାଇବା ପାଇଁ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ପ୍ରଥମ ବିଜୁଳିକୁ ପ୍ରାଧାନ୍ୟ ଦିଆଯାଇଛି । ଦୋକାନ ବଜାରରେ ଲାଗଥିବା ଲାଇଟକୁ ୮ଟାରେ ବନ୍ଦ କରାଯିବା ସହିତ ବାହାଘର ମଣ୍ଡପ, ସପିଂ ମହଲ ୧୦ଟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାରୀ କାର୍ଯ୍ୟାଳୟରେ ୩୦ ପ୍ରତିଶତ ବିଜୁଳି କାଟ ହେବ। ସୂଚନା ମୁତାବକ ଏଥିରେ ବିଜୁଳି ଖର୍ଚ୍ଚ ୬୨୦୦ କୋଟି ଟଙ୍କା ରହିଯିବ। ତେବେ ମାକେର୍ଟକୁ ଜଲଦି ବନ୍ଦ କରାଗଲେ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବ ବୋଲି ରକ୍ଷା ମନ୍ତ୍ରୀଙ୍କୁ ପଚରା ଯିବାରୁ ସେ ଏଭଳି ବୟାନ ଦେଇଛନ୍ତି।

ଅନ୍ୟପଟେ ଟଙ୍କା ବଞ୍ଚାଇବା ଯାଇ ପୁରୁଣା ଜ୍ଞାନକୌଶଳ ବ୍ୟବହୃତ ବଲଭ୍, ଫ୍ୟାନ, ଆଦି ଜିନିଷକୁ ବନ୍ଦ କରିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛି । ପୁରୁଣା ବିଦ୍ୟୁତ୍ ଜନିତ ସାମଗ୍ରୀରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଥିବାରୁ ଏହାର ବ୍ୟବହାର କରାଯିବ ନାହିଁ । ଏଥିରେ ପାକିସ୍ତାନ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରଖିପାରିବ ।

ପାକିସ୍ତାନ ସରକାର ଠାରୁ ୨ ପାଦ ଆଗରେ ଅଛନ୍ତି ସେଠାକାର ଜନସାଧାରଣାମାନେ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିିଳିଛି ରୋଷେଇରେ ବ୍ୟବହୃତ ହେଉଥିବା ଏଲପିଜି ଗ୍ୟାସକୁ ଲୋକମାନେ ସିଲିଣ୍ଡର ବଦଳରେ ପ୍ଲାଷ୍ଟିକ ବେଲୁନରେ ଭର୍ତ୍ତି କରୁଛନ୍ତି । ଏଭଳି ବିପଦପୂର୍ଣ୍ଣ ପଦାର୍ଥକୁ ଲୋକମାନେ କିଭଳି ବେଲୁନରେ ଭର୍ତ୍ତି କରି ସଂରକ୍ଷଣ କରି ରଖୁଛନ୍ତି। କୁହାଯାଉଛି ଯେ, ପାକିସ୍ତାନରେ ଗ୍ୟାସ ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ୟାସ ସିଲିଣ୍ଡର ଅଭାବ ଦେଖାଦେଇଛି । ସାଧାରଣ ଲୋକଙ୍କ ପାଖରେ ଏହାକୁ କିଣିବା ଅସମ୍ଭବ ହୋଇପଡିଛି । ପାକିସ୍ତାନରେ କର୍ମସିଆଲ ଗୋଟିଏ ଗ୍ୟାସ ସିଲିଣ୍ଡର ଦାମ୍ ପାକିସ୍ତାନି ଟଙ୍କା ଅନୁସାରେ ୧୦ ହଜାର ଟଙ୍କାର ରହିଛି।

ପାକିସ୍ତାନରେ ଆର୍ଥିକ ସଙ୍କଟର ବଡ କାରଣ ହେଉଛି ମୁଦ୍ରାସ୍ଫୀତି ଏବଂ ବିଶୃଙ୍ଖଳା ଯୋଗୁଁ ଜନସାଧାରଣମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

 

Latest Posts

Don't Miss