ମୋଦିଙ୍କ ବିମାନକୁ ପୁଣି ପାକିସ୍ତାନର ନା

1 min read

ପାକିସ୍ତାନ ଆକାଶ ଦେଇ ଉଡ଼ି ପାରିବନି ଭାରତୀୟ ବିମାନ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଗସ୍ତରେ ଯାଉଛନ୍ତି । ଏଥିପାଇଁ ପାକିସ୍ତାନର ବାୟୁ ସୀମା ବ୍ୟବହାର ପାଇଁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । କିନ୍ତୁ, ମୋଦିଙ୍କ ବିମାନ ପାକିସ୍ତାନ ଆକାଶ ଦେଇ ଉଡ଼ିବାକୁ ପାକିସ୍ତାନ ମନା କରି ଦେଇଛି । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମେହମ୍ମୁଦ କ୍ୟୁରେସୀ ଭାରତୀୟ ହାଇକମିଶନରଙ୍କୁ ଅବଗତ କରାଇଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ । ଗତ ସେପ୍ଟେମ୍ବରରେ ମଧ୍ୟ ଜାତିସଂଘ ବୈଠକରେ ମୋଦି ଆମେରିକା ଯିବାକୁ ଥିବାବେଳେ ପାକିସ୍ତାନ ତାର ବାୟୁସୀମା ବ୍ୟବହାର ପାଇଁ ମନା କରିଥିଲା । ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଇସଲାଣ୍ଡ ଗସ୍ତ ବେଳେ ପାକିସ୍ତାନ ବାୟୁ ସୀମା ଛାଡ଼ିନଥିଲା ।

ଆସନ୍ତାକାଲି ମୋଦି ସାଉଦି ଆରବ ଗସ୍ତରେ ଯାଇ ଅନ୍ତର୍ଜାତୀୟ ବାଣିଜ୍ୟ ଫୋରମରେ ଯୋଗଦେବା ସହ ସାଉଦିର ଟପ୍ ଲିଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ')}

Leave a Reply