ଏସିଆ କପ୍: ଭାରତକୁ ହରାଇ ପ୍ରତିଶୋଧ ନେଲା ପାକିସ୍ତାନ

ଦୁବାଇ: ଏସିଆ କପ୍ ଗ୍ରୁପ୍ ମ୍ୟାଚରେ ଭାରତଠାରୁ ପରାଜୟର ପ୍ରତିଶୋଧ ନେଲା ପାକିସ୍ତାନ । ୧୮୨ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୫ ଓ୍ବିକେଟ ହରାଇ ହାସଲ କରି ନେଇଛି । ଦଳ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୭୧ ରନ୍ କରିଥିଲେ । ଏଥିରେ ୬ ଚୌକା ଓ ୨ ଛକା ଥିଲା । ସେହିପରି ମହମ୍ମଦ ନଓ୍ବାଜ ୨୦ ବଲର ସମ୍ମୁଖୀନ ହୋଇ ୨ ଚୌକା ସହାୟତାରେ ୪୨ ରନର ଦମଦାର ପାରି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୧୪, ଫକର ଜମନ ୧୫, ଅସିଫ ଅଲ୍ଲୀ ୧୬ ରନ୍ କରିଥିଲେ । ଖୁଶଦିଲ ଶାହ ୧୪ ଏବଂ ଇଫତଖାର ଅହମ୍ମଦ ୨ ରନ୍ କରି ଅପରାଜିତ ରହି ପାକିସ୍ତାନକୁ ବିଜୟ ମୁକୁଟ ପିନ୍ଧାଇଥିଲେ ।

ଭାରତ ତରଫରୁ ୫ ଜଣ ବୋଲିର ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ରବି ବିଷ୍ନୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟ ହରାଇ ୧୮୧ ରନ୍ କରିଥିଲା । ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ୪୪ ବଲରେ ୪ ଚୌକା ଓ ଗୋଟିଏ ଚୌକା ସହାୟତାରେ ୬୦ ରନ୍ କରିଥିଲେ ।

ପ୍ରଥମେ କେଏଲ ରାହୁଲ ଏବଂ ଅଧିନାୟକ ରୋହିତ ଶର୍ମା ଭାରତକୁ ଭଲ ଷ୍ଟ୍ରାଟ୍ ଦେଇଥିଲେ । ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ରାହୁଲ ୨୮ ରନ୍ କରିଥିବା ବେଳେ ରୋହିତ ସମାନ ରନ ୩ ଚୌକା ଓ ୨ ଛକା ସହାୟତାରେ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୨ ଚୌକା ସହାୟତାରେ ୧୩ ରନ୍ କରିଥିଲେ । ଗତ ମୁକାବିଲାରେ ପାକିସ୍ତାନୀ ବୋଲରଙ୍କୁ ଛକା ମାରି ମ୍ୟାଚ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ । ସେ ଖାତା ଖୋଲି ପାରି ନଥିଲେ । ସେହିପରି ଦୀପକ ହୋଡ଼ା ୧୬ ରନ୍ କରିଥିବା ବେଳେ ରବି ବିଷ୍ନୋଇ ୮ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସଦବ ଖାନ ୨ଟି ଓ୍ବିକେଟ ନେଇଥିବା ବେଳେ ନସୀମ ଶାହ, ମହମ୍ମଦ ହାସୀନ, ହାରିସ ରାଉଫ ଏବଂ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।