ଇମ୍ରାନଙ୍କୁ ଘେରିବାକୁ ପାକିସ୍ତାନ ସରକାରଙ୍କ ବଡ଼ ରଣନୀତି, ବ୍ୟାନ ହୋଇପାରେ ରାଜନୈତିକ ଦଳ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ ସମର୍ଥକ ଘଟାଇଥିବା ହିଂସା କାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିବାକୁ ବିଚାର ବିମର୍ଷ କରାଯାଉଛି । ସେପଟେ ରାଜନୈତିକ ଦଳ ବ୍ୟାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ବରିଷ୍ଠ ଆଇନଜୀବୀ ଅଲ୍ଲି ଜାଫର । ଯଦି ସରକାର ପିଟିଆଇକୁ ବ୍ୟାନ କରନ୍ତି ଗୋଟିଏ ଦିନ ମଧ୍ୟରେ ଏଭଳି ଘୋଷଣାକୁ ବେଆଇନ ବୋଲି କହିବେ ସୁପ୍ରିମକୋର୍ଟ । କାରଣ ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ ।

୧୯୬୦ରେ ଜମାତ ଇ ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ରାଜନୈତିକ ଦଳ ଗଠନ କରିବା ସମସ୍ତଙ୍କ ଅଧିକାର । ଏହି ଅଧିକାରକୁ କେହି ବ୍ୟାନ କରିପାରିବେ ନାହିଁ । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଏଭଳି କରୁଥିବା ପିଟିଆଇ ସମର୍ଥକ କହିଛନ୍ତି ।