ପାକିସ୍ତାନର ଅଭିଯୋଗ: ୮ ଶହ କୋଟି ଟଙ୍କାରେ ୭ ଶହ ଆତଙ୍କବାଦୀ ପ୍ରସ୍ତୁତ କରିଛି ଭାରତ

1 min read
Pakistan

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସେନାର ଜୋରଦାର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସୀ ଓ ସେନା ମୁଖପାତ୍ର ଭାରତ ବିରୋଧରେ ବଲୁଚିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନର ଅଭିଯୋଗ ଆଣିଛନ୍ତି । କୁରୈଶୀଙ୍କ ଅନୁସାରେ ମୋଦିଙ୍କ ନିର୍ଦ୍ଦେଶରେ ଭାରତୀୟ ଗୁଇନ୍ଦା ଏଜେନ୍ସୀ RAW ଚୀନର ଡ୍ରିମ୍ ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଇକୋନମିକ୍ କରିଡରକୁ ନଷ୍ଟ କରିବା ଲାଗି ୮୦୦ କୋଟି ଟଙ୍କା ବଲୁଚ୍ ଆତଙ୍କବାଦୀଙ୍କୁ ଦେଇଛି । ଭାରତୀୟ ଟଙ୍କାରେ ୭ ଶହ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Terrorist

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶନିବାର ଦିନ ଭାରତୀୟ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଡୋଜିୟର ରଖିଛନ୍ତି । ସେ କହିଛନ୍ତି ଯେ, ସିପିଇସିକୁ ବରବାଦ କରିବା ପାଇଁ ଭାରତ ୮ଶହ କୋଟି ଟଙ୍କା ଖର୍ଚ୍ଚ କରି ମିଲିଶିଆ ତିଆରି କରିଛି । ଗିଲଗିତ୍-ବାଲିଟିସ୍ତାନରେ ନିର୍ବାଚନ ପୂର୍ବରୁ ଭାରତ ବିଶୃଙ୍ଖଳା ସୃଷ୍ଟି ପାଇଁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

Terrorist

CPECକୁ ଟାର୍ଗେଟ୍ କରିବା ପାଇଁ ର’ର ବିଶେଷ ସେଲ୍

କୁରୈସୀ ଦାବି କରିଛନ୍ତି ଯେ, ସିପିଇସିକୁ ଧ୍ୱଂସ କରିବା ପାଇଁ ର’ ସ୍ୱତନ୍ତ୍ର ସେଲ୍ ତିଆରି କରିଛି । ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ନିଜ ମାଟିକୁ ବ୍ୟବହାର କରୁଛି । ଆଫାଗାନିସ୍ତାନକୁ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ବ୍ୟବହାର କରୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବ । ଏଫଏଟିଏଫରେ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ୍ କରିବା ପାଇଁ ଭାରତ ଚାପ ପକାଉଛି ବୋଲି କୁରୈସୀ କହିଛନ୍ତି ।

Terrorist

ଅନ୍ୟପକ୍ଷରେ ପାକ୍ ସେନା ମୁଖପାତ୍ରଙ୍କ ଅଭିଯୋଗ ଯେ, ଭାରତୀୟ ଗୁଇନ୍ଦା ଏଜେନ୍ସୀ ର’ ବିଏଲଏ,ବିଆରଏ ଓ ତହରିକ୍ ଏ ତାଲିବାନକୁ ସାହାଯ୍ୟ କରୁଛି । ଆଫଗାନିସ୍ତାନରେ ଭାରତୀୟ ଦୂତାବାସର କର୍ମଚାରୀ ରାଜେଶ ପାକିସ୍ତାନର ବଡ ସହର କରାଚୀ,ଲାହୋର ସମେତ ଅନେକ ବଡ ସହର ଉପରେ ଆକ୍ରମଣ ପାଇଁ ଯୋଜନା ତିଆରି କରିଛି । କେବଳ ଏତିକି ନୁହେଁ ପାକିସ୍ତାନୀ ସେନା ମୁଖପାତ୍ର ଆଉ ଗୋଟିଏ ହାସ୍ୟସ୍ପଦ ଦାବି କରିଛନ୍ତି । ତାଙ୍କ ଅନୁସାରେ ଭାରତ ପାକିସ୍ତାନରେ ସକ୍ରିୟ ଥିବା ଇସଲାମିକ ଷ୍ଟେଟକୁ ତିଆରି କରିଛି ।

Leave a Reply