ଭାରତୀୟଙ୍କଠାରୁ ପାକିସ୍ତାନୀ ଅଧିକ ସୁଖି ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ବିଶ୍ୱ ଦେଖିଛି ୨୦୨୦ରେ କରୋନାର କରାଳ ରୂପ । ଯାହା ମାନବ ଜୀବନକୁ କରିଛି ଅସ୍ତବ୍ୟସ୍ତ । କିନ୍ତୁ ଗତ ଶୁକ୍ରବାର ଜାରି ହୋଇଥିବା ଓ୍ୱର୍ଲଡ ହାପିନେସ ରିପୋର୍ଟ ଅନୁସାରେ , ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ପରେ ମଧ୍ୟ ଲୋକଙ୍କ ଆଶା ଓ ଉତ୍ସାହ ଫିକା ପଡ଼ିନି ।

ୟୁଏନ୍‌ସଷ୍ଟେନେବଲ ଡେଭଲପମେଣ୍ଟ ସଲ୍ୟୁସନ୍ସ ନେଟଓ୍ୱର୍କ ଦ୍ୱାରା ପ୍ରାୟୋଜିତ ୧୪୯ଟି ଦେଶର ବାର୍ଷିକ ରିପୋର୍ଟ ସୁସ୍ଥ ଜୀବନ ଏବଂ ନାଗରିକଙ୍କ ରାୟ ଉପରେ ଆଧାରିତ । ପ୍ରତିକୂଳ ପରିସ୍ଥିତିରେ ସାମାଜିକ ସମର୍ଥନ କେଉଁଭଳି ଥିଲା ଏବଂ କ’ଣ ସବୁ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଭଳି ଏକାଧିକ ପ୍ରଶ୍ନ ଏଥିରେ ସାମିଲ ହୋଇଥିଲା ।

ରିପୋର୍ଟ ଅନୁସାରେ ବିଶ୍ୱର ଅଧିକ ଖୁସିଥିବା ଦେଶ ତାଲିକାକୁ କବଜା କରିଛି ଇଉରୋପ । ଏହାର ଏକାଧିକ ଦେଶର ନାମ ଏହି ତାଳିକାରେ ରହିଛି । ଏଥିରେ ପ୍ରଥମ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ୍‌। ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟ ସ୍ଥାନରେ ସ୍ୱିଜରଲ୍ୟାଣ୍ଡ୍‌,ପଞ୍ଚମରେ ନେଦରଲ୍ୟାଣ୍ଡ୍,ଷଷ୍ଠରେ ଆଇସଲ୍ୟାଣ୍ଡ୍‌, ସପ୍ତମରେ ନରଓ୍ୱେ,ଅଷ୍ଟମରେ ସ୍ୱିଡେନ୍‌ଓ ନବମରେ ଲଗଜମବର୍ଗ ରହିଛି । ତେବେ ନ୍ୟଜିଲାଣ୍ଡ ହେଉଛି ଏଭଳି ଏକ ଅଣ ୟୁରୋପୀୟ ଦେଶ ଯିଏ ଦଶମ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ, ଓ୍ୱର୍ଲଡ ହାପିନେସ୍‌ରିପୋର୍ଟରେ ଫିନଲ୍ୟାଣ୍ଡ ଥରେ ନୁହେଁ କି ଦୁଇଥର ନୁହେଁ ବରଂ ଲଗାତାର ଚତୁର୍ଥ ଥର ପାଇଁ ପ୍ରଥମ ସ୍ଥାନରେ ରହିଆସୁଛି । ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକା ପାଞ୍ଚ ବର୍ଷ ପୂର୍ବେ ୧୩ତମ ସ୍ଥାନରେ ରହିଥିଲା । ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାରରେ ପହଞ୍ଚିବା ପରେ ଏହି ଦେଶ 17 ତମ ସ୍ଥାନକୁ ଚାଲି ଯାଇଛି ।
ଏବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଲିକାରେ ଭାରତର ସ୍ଥାନ କେଉଁଠି?

ରିପୋର୍ଟ ଅନୁସାରେ ଗତବର୍ଷ ୧୪୦ତମ ସ୍ଥାନରେ ଥିବା ଭାରତ ଚଳିତ ବର୍ଷ ୧୩୯ ତମ ସ୍ଥାନରେ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ଠାରୁ ଖୁବ୍‌ଆଗରେ ରହିଛି ପାକିସ୍ତାନ । ପାକିସ୍ତାନ୍‌୧୦୫ତମ ସ୍ଥାନରେ ରହିଛି । ନେପାଳ ୮୭,ବାଂଲାଦେଶ ୧୦୧, ମିଆଁମାର ୧୨୬ ଏବଂ ଶ୍ରୀଲଙ୍କା ୧୨୯ ତମ ସ୍ଥାନରେ ରହିଛି ।

Leave a Reply