ଦଗାବାଜ ତୁର୍କୀ, ପାକିସ୍ତାନକୁ ଦେଲା ଘାତକ ଡ୍ରୋନ

ନୂଆଦିଲ୍ଲୀ: ପାକିସ୍ତାନ ହାତରେ ଏବେ ବିପଦଜନକ ଭାବେ ଆକ୍ରମଣ କରୁଥିବା ଡ୍ରୋନ । ଏହି ଡ୍ରୋନ୍ ପାକିସ୍ତାନକୁ ତୁର୍କୀ ଦେଇଛି। ଏହି ଡ୍ରୋନର ନାମ ରହିଛି ‘ବୈରାକତାର ଆକିଂସି ହେଲ’ ।

ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଡ୍ରୋନ । ଏହି ଡ୍ରୋନ ଅଧିକ ଉଚ୍ଚାରେ ଉଡି ପାରିବ । ଏହା ଶତ୍ରୁ ଉପରେ ତିଖ୍ଣ ନଜର ରଖିବା ସହ ଆକ୍ରମଣ ବି କରିପାରେ । କେବଳ ଏତିକି ନୁହେଁ ଏହା ବମ୍ କିମ୍ବା ମିଶାଇଲକୁ ବି ଉଡାଇପାରେ ।

ହାଲେର ପୂରା ନାଁ ହେଲା ହାଇ ଆଟିଟ୍ୟୁଡ ଲଙ୍ଗ୍ ଏଣ୍ଡସ୍ୟୁରାନ୍ସ  । ଏହି ଡ୍ରୋନ ଏବେ ପାକିସ୍ତାନକୁ ଦେଇଛି ତୁର୍କୀ । ହେଲେ ପ୍ରଥମ ବ୍ୟାଚରେ କେତେ ଡ୍ରୋନ୍ ପାକିସ୍ତାନକୁ ମିଳିଛି ତାହା ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି ଯେ, ୬ରୁ ୭ଟି ଡ୍ରୋନ୍ ହୋଇପାରେ ।

ଏହି ଡ୍ରୋନକୁ ତୁର୍କୀର ବୈକାର କମ୍ପାନୀ ତିଆରି କରିଛି । ଏହା ପ୍ରଥମଥର ୨୦୧୯ ଡିସେମ୍ବର ୬ରେ ଉଡିଥିଲା । ସେବେଠୁ ଆଜି ଯାଏ ୨୩ ଟି ଡ୍ରୋନ୍ ତିଆରି ହୋଇସାରିଲାଣି । ଏହି ଡ୍ରୋନର ଟେକ୍ ଅଫ କ୍ଷମତା ରହିଛି ୫.୫ ଟନ୍ । ଏହି ଡ୍ରୋନରେ ଦୁଇଟି ଟୋରବୋପୋପ୍ ଇଞ୍ଜିନ ଲାଗିଛି । ଯାହା ଡ୍ରୋନକୁ ୭୫୦ ଏଚପି ଯାଏ ଶକ୍ତି ଦେଇଥାଏ । ଏହା ଆକାଶରେ କ୍ରୁଜ୍ ମିଶାଇଲକୁ ବି ଖସାଇପାରେ ବୋଲି କୁହାଯାଉଛି ।