ଚାଲିଗଲା ୧୯ ସିଖ୍‌ଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ଇମ୍ରାନ୍‌

1 min read
Pakistan, At least 19 sikh pilgrims die in crash between coaster train in sheikhupura railways

ଶେଖପୁରା: ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଶେଖପୁରାରେ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୧୯ ଜଣ ଶିଖ୍‌ ଭକ୍ତଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ତୀର୍ଥଯାତ୍ରୀ ମଧ୍ୟ ଆହତ ହୋଇଥିବା ନ୍ୟୁଜ୍ ଏଜେନ୍ସି ANIରୁ ସୂଚନା ମିଳିଛି । କୁହାଯାଉଛି ଯେ ନାନକାନା ସାହେବ ନିକଟରେ ଫାଟକ ନଥିବା ରେଲଓ୍ୱେ କ୍ରସିଂରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ରେଳ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରିଛି ।

ପାକିସ୍ତାନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିସାରିଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଉଛି । ଅନ୍ୟପଟେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେହି ବସ୍‌ରେ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ, ଏବଂ ସେମାନେ ନାନକାନା ସାହେବରୁ ଫେରୁଥିଲେ ।

ପାକିସ୍ତାନର ଡନ୍ ନ୍ୟୁଜ୍‌ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply