spot_img

Latest Posts

ପାକିସ୍ତାନୀ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇପାରିବ ନାହିଁ ଅନ୍ତରଙ୍ଗ ଦୃଶ୍ୟ

ଇସ୍‌ଲାମାବାଦ: ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରସାରିତ ହେଉଥିବା ଦୃଶ୍ୟ ନେଇ କଟକଣା ଜାରି କରିଛି ପାକିସ୍ତାନ । ପାକିସ୍ତାନୀ ଟିଭି ଚାନେଲଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣରେ ପ୍ରେମ ଓ ଆଲିଙ୍ଗନ ତଥା ଅନ୍ୟ ଅନ୍ତରଙ୍ଗ ଦୃଶ୍ୟ ପ୍ରତି କଟକଣା ଜାରି କରାଯାଇଛି। ଏଭଳି ଦୃଶ୍ୟ ଇସ୍‌ଲାମ ପ୍ରତି ଅପମାନଜନକ ବୋଲି ଦର୍ଶାଯାଇଛି। ପାକିସ୍ତାନର ଇସ୍‌ଲାମିକ ଆଦର୍ଶ, ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ଏଭଳି ଦୃଶ୍ୟ ପରିପନ୍ଥୀ ବୋଲି ପାକିସ୍ତାନ ଇଲେକ୍‌ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପେମ୍ରା) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ । ପ୍ରେମ ଓ ଆଲିଙ୍ଗନ ଭଳି ଦୃଶ୍ୟ ଅଶାଳୀନ ବୋଲି ଏଥିରେ ଉଲ୍ଲେଖ ହୋଇଛି ।

କାମୋଦ୍ଦୀପକ ପୋଷାକ ପରିଧାନ, ଶଯ୍ୟା ତଥା ମିଳନର ଦୃଶ୍ୟ, ପରକୀୟା ସମ୍ପର୍କ ଆଦି ଇସ୍‌ଲାମିକ୍‌ ଆଦର୍ଶର ପରିପନ୍ଥୀ ହୋଇଥିବାରୁ ଏଗୁଡ଼ିକର ପ୍ରସାରଣ ନିଷେଧ କରାଯାଇଛି । ସମ୍ପ୍ରତି ପ୍ରସାରିତ ବିଭିନ୍ନ କାର୍ଯ୍ୟକର ସୂଚୀକୁ ସେହି ଅନୁସାରେ ସମୀକ୍ଷା ଓ ଆବଶ୍ୟକ ନିୟନ୍ତ୍ରଣ କରିବା ପାଇଁ ପେମ୍ରା କର୍ତ୍ତୃପକ୍ଷ ସମସ୍ତ ଚାନେଲକୁ ନିର୍ଦେଶ ଦେଇଛନ୍ତି। ବିଦେଶୀ ଚାନେଲ କ୍ଷେତ୍ରରେ ଏହି ନିର୍ଦେଶାବଳୀ କଡ଼ାକଡ଼ି ପାଳନ କରାଯିବାକୁ କୁହାଯାଇଛି।

ଏଥିସହିତ ଏ ପଦକ୍ଷେପ ନେବାର କାରଣ ନେଇ ପେମ୍ରା ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଲୋକଙ୍କୁ ପକ୍ଷରୁ ଅଭିଯୋଗ ହାେଇଛି ଯେ, ପାକିସ୍ତାନୀ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଡ୍ରାମାରେ ପାକିସ୍ତାନର ବାସ୍ତବ ଚିତ୍ର, ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହେଉନାହିଁ ।

Latest Posts

Don't Miss