ପହଲଗାଓଁ ଆକ୍ରମଣ ଷଡଯନ୍ତ୍ରକାରୀ ତଥା ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଫିଲ୍ଡ ମାର୍ଶଲ ରାଙ୍କକୁ ପ୍ରମୋସନ

ନନ୍ଦିଘୋଷ: ପହଲଗାଓଁରେ ଆତଙ୍କବାଦୀ ରକ୍ତର ହୋଲି ଖେଳିବାର ସ୍କ୍ରିପ୍ଟ ଲେଖିଥିବା ପାକିସ୍ତାନ ସେନା ମୁଖ୍ୟଙ୍କୁ ପ୍ରମୋଶନ । ମଙ୍ଗଳବାର ପାକିସ୍ତାନ କ୍ୟାବିନେଟ୍ ମୁନିରଙ୍କ ପ୍ରମୋସନକୁ ମଞ୍ଜୁରୀ ଦେଇଛି । ଏହାଦ୍ବାର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଫିଲ୍ଡ ମାର୍ଶଲ ରାଙ୍କକୁ ପଦୋନ୍ନତି ପାଇଛନ୍ତି । ସୂଚନାଯୋଗ୍ୟ, ପହଲଗାଓଁ ଆକ୍ରମଣର ସମ୍ପର୍କ ପାକିସ୍ତାନ ଓ ଆଇଏସଆଇ ସହ ରହିଥିବା ପ୍ରମାଣ ମିଳିଛି । ଏହାସହ ପାକିସ୍ତାନ ସେନାର ଜଣେ ଅଫିସର ସ୍ବୀକାର କରିଛନ୍ତି, ପହଊଗାଓଁ ଆତଙ୍କମବାଦୀ ଆକ୍ରମଣର ଯୋଜନା ଅସିମ ମୁନିର ହିଁ ବନାଇଥିଲେ ।

ଆପଣଙ୍କୁ କହି ରଖିବାକୁ ଚାହୁଁ, ପାକିସ୍ତାନ ସେନାରେ ଫିଲ୍ଡ ମାର୍ଶଲଙ୍କ ପଦ ନା କେବଳ ଏକ ବଡ଼ ସମ୍ମାନ, ଏହା ରଣନୈତିକ କ୍ଷେତ୍ରରେ ନିଷ୍ପତ୍ତି ନେବାର ଅଧିକାର ଦେଇଥାଏ । ଅର୍ଥାତ ମୁନିରଙ୍କ ପାଖରେ ଏବେ ପାକିସ୍ତାନ ସେନାର ଶକ୍ତି ସହ ସରକାରରେ ମଧ୍ୟ ଦବଦବା ରହିବ । ଏହା ମୁନିରଙ୍କୁ ନା କେବଳ ସେନାକୁ ଦେବ ବରଂ ରାଜେନୖତିକ ଓ ସୈନ୍ୟ ପ୍ରସଙ୍ଗରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଅଧିକାର ଦେବ ।

ଫିଲ୍ଡ ମାର୍ଶଲ ହେବା ପରେ ମୁନିର ଏବେ ପାକିସ୍ତାନ ସେନା, ଗୁଇନ୍ଦା ସଂସ୍ଥା ସମନ୍ବୟ ରଖିବା ଓ ଏହାକୁ ମଜଭୁତ କରିବାକୁ ଖୋଲା ଅଧିକାର ମିଳିପାରେ । ଏହା ଭାରତ ବିପକ୍ଷରେ ହାଇବ୍ରିଡ଼ ଓ୍ବାର୍, ଆତଙ୍କବାଦ, ସାଇବର ଆଟାକ ଓ ପ୍ରୋକ୍ସି ଓ୍ବାର କରି ସ୍ଥିତିକୁ ଅଧିକ ବଢ଼ାଇ ପାରେ ।

ତେବେ ପାକିସ୍ତାନ ସରକାର କେବଳ ଏକ ପ୍ରୋପାଗେଣ୍ଡା ଆଧାରରେ ଏମିତି ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ବିଶ୍ବକୁ ମିଛ ମେସେଜ ଦେବାକୁ ଚେଷ୍ଟା କରୁଛି । ମୁନିରଙ୍କୁ ପ୍ରମୋସନ ଦେଇ ପାକିସ୍ତାନ ଦୁନିଆକୁ ଦେଖାଇବାକୁ ଚାହୁଁଛି, ସେ ଭାରତ ବିରୋଧୀ ଯୁଦ୍ଧରେ ବିଜୟ ହାସଲ କରିଛି । ଏଥିପାଇଁ ସେନାମୁଖ୍ୟଙ୍କୁ ପ୍ରମୋସନ ଦିଆଯାଇଛି । ଏପରି କରି ପାକିସ୍ତାନ ଦୁନିଆକୁ ଭୂଆଁ ବନାଇବାକୁ ଚେଷ୍ଟା କରୁଛି ।