spot_img

Latest Posts

ଚୀନର ମୁଖ୍ୟାଳୟରେ ନିୟୋଜିତ ପାକ୍‌ ସେନା ଅଫିସର

ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନ ଓ ପାକିସ୍ତାନର ପୁଣି ଷଡଯନ୍ତ୍ର କରୁଛନ୍ତି। ଚୀନର ବିଭିନ୍ନ ମୁଖ୍ୟାଳୟରେ ନିୟୋଜିତ ହୋଇଛିନ୍ତି ପାକିସ୍ତାନୀ ସେନା ଅଫିସର । ଦୁଇ ଦେଶ ମଧ୍ୟରେ ହୋଇଥିବା ଗୋପନ ବୁଝାମଣା ଅନୁସାରେ ପିପୁଲସ ଲିବରସେନ ଆର୍ମି ଓ ପାକିସ୍ତାନ ଗୁଇନ୍ଦା ଅଫିସରମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ରିପୋର୍ଟ ଅନୁସାରେ ଚୀନର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡ ଓ ଦକ୍ଷିଣାଞ୍ଚଳ ଥିଏଟର କମାଣ୍ଡରେ ପାକିସ୍ତାନର ଲିଆସନ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି । ଗତ ମାସରେ ଚୀନର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡର ମୁଖ୍ୟ ଭାବେ ଜେନରାଲ ଓ୍ବାଙ୍ଗ ହାଇଜାଙ୍ଗଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଲଦାଖ ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ସହବସ୍ଥାନ ଠିକ୍ ନଥିବାବେଳେ ଚୀନର ଏହି ପଦକ୍ଷେପ ଭାରତ ଲାଗି ଅଧିକ ଚିନ୍ତାର କାରଣ ହୋଇଛି।

ସେହିପରି ଚୀନର କେନ୍ଦ୍ରୀୟ ସାମରିକ କମିଶନର ଜଏଣ୍ଟ ଷ୍ଟାଫ ଡିପାର୍ଟମେଣ୍ଟରେ ପାକିସ୍ତାନ ସେନାର କର୍ଣ୍ଣେଲ ରାଙ୍କର ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେଣ୍ଟ୍ରାଲ ମିଲିଟାରି କମିଶନ ବିଭନ୍ନ ଲଢୁଆ ମୁକାବିଲା, ଯୋଜନା, ପ୍ରଶିକ୍ଷଣ, କୌଶଳଗତ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏପରିକି ବେଜିଂସ୍ଥିତ ଷ୍ଟେଟ କାଉନସିଲ ଅଫ ଚୀନରେ ୧୦ଜଣ ଅତିରିକ୍ତ ସେନା ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଧିକାରୀମାନେ ଗୁଇନ୍ଦା କାର୍ଯ୍ୟରେ ନିୟୋଜିତ ହେବା ସହ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିଥାନ୍ତି ।

ତେବେ ପିଏଲଏର ବିଭିନ୍ନ ବିଭାଗରେ ପାକିସ୍ତାନ ସେନା ଅଫିସରଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହା ସହ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ସୁରକ୍ଷା ଲାଗି ପାକିସ୍ତାନ ପକ୍ଷରୁ ଏକ ନିରାପତ୍ତା ଡିଭିଜନ ପ୍ରତିଷ୍ଠା କରାଯାଇଛି ଯେଉଁଥିରେ ୯ ହଜାର ସୈନ୍ୟ ଓ ୬ ହଜାର କର୍ମଚାରୀ ରହିଛନ୍ତି । ପୂର୍ବରୁ ଚୀନ ନାଗରିକଙ୍କ ସୁରକ୍ଷା ଲାଗି ପାକିସ୍ତାନ ବିଭିନ୍ନ ଡିଭିଜନ ପ୍ରତିଷ୍ଠା ଲାଗି ଘୋଷଣା କରିଥିଲା ।

Latest Posts

Don't Miss