ପରମାଣୁ ଧମକ ପାକିସ୍ତାନର ପୁରୁଣା ଅଭ୍ୟାସ, ହେଲେ, ଆମେରିକା ମାଟିରୁ ଏମିତି ବୟାନ…

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଆର୍ମୀ ଚିଫ୍ ଅସୀମ ମୁନିର ଆମେରିକା ମାଟିରେ ଛିଡ଼ା ହୋଇ ପରମାଣୁ ଧମକ ଦେବାକୁ ନେଇ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି । ଭାରତ ପାକିସ୍ତାନକୁ ଟାର୍ଗେଟ କରିବା ସହ ଆମେରିକାକୁ ମଧ୍ୟ ଘେରିଛି । ମୁନିରଙ୍କ ଟିପ୍ପଣୀକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆମେରିକା ଗସ୍ତ ସମୟରେ ପାକିସ୍ତାନ ଆର୍ମୀ ଚିଫ୍ ଦେଇଥିବା ବୟାନ ଆମ ନଜରକୁ ଆସିଛି । ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ । ଅନ୍ତରାଷ୍ଟ୍ରୀୟ ସମୁଦାୟ ପାକିସ୍ତାନର ଏମିତି ଦାୟିତ୍ବହୀନ ମନ୍ତବ୍ୟ ଉପରେ ଧ୍ୟାନ ଦେବା ସହ ଚିନ୍ତା କରିବା ଦରକାର । ପାକିସ୍ତାନ ନା କେବଳ କ୍ଷେତ୍ରୀୟ ସୁରକ୍ଷା ବରଂ ବୈଶ୍ବିକ ସୁରକ୍ଷା ପାଇଁ ବି ବିପଦ ।
ଏହାସହ ଭାରତ ସରକାର ଏହାକୁ ନେଇ ଆମେରିକାକୁ ଘେରିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହା ଦୁଃଖଦାୟକ କି ମୁନିର ଏମିତି ଧମକ ଆମର ଏକ ମିତ୍ରରାଷ୍ଟ୍ର ମାଟିରେ ଛିଡ଼ା ହୋଇ ଦେଇଛନ୍ତି । ଆମେ ପୂର୍ବରୁ ସ୍ପଷ୍ଟ କରି ସାରିଛୁ, ଭାରତ ନ୍ୟୁକ୍ଲିୟର ବ୍ଲାକମେଲିଂକୁ ବରଦାସ୍ତ କରିବୁ ନାହିଁ । ଆମେ ଆମ ଦେଶର ସୁରକ୍ଷା ପାଇଁ ସବୁ ପ୍ରକାର ଚେଷ୍ଟା କରିବୁ ।
ଭାରତ ପକ୍ଷରୁ କୁହାଯାଇଛି, ପାକିସ୍ତାନ ଆର୍ମୀ ଚିଫ୍ଙ୍କ ବୟାନ ସେହି ପାର୍ଟନର ଅଂଶ, ଯେଉଁଠି ସେ ଇଆଡୁ ସିଆଡୁ କଥା କହିଥାନ୍ତି । ଯେତେବେଳେ ଆମେରିକା ପାକିସ୍ତାନ ସେଦାକୁ ସାହାଯ୍ୟ କରିଥାଏ, ସେ ଅସଲ ରଙ୍ଗ ଦେଖାଇ ଦେଇଥାଏ । ଏହା ସ୍ପଷ୍ଟ କରୁଛି, ପାକିସ୍ତାନରେ ଲୋକତନ୍ତ୍ର ନାହିଁ । ସେଠାରେ ସେନା ହିଁ ସବୁ କିଛି କଣ୍ଟ୍ରୋଲ କରିଥାଏ । ପାକିସ୍ତାନ ପରି ନନ୍ ଷ୍ଟ୍ରଟ ଆକ୍ଟର ପାଖରେ ପରମାଣୁ ବୋମା ରହିବା ବିପଦପୂର୍ଣ୍ଣ ।