ପାକିସ୍ତାନର ୩ ଏୟାରବେସକୁ ଭାରତର ବାଲିଷ୍ଟିକ୍ ମିସାଇଲ୍ ମାଡ଼ !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ରାତି ଅଧରେ ପାକିସ୍ତାନରେ ଭାରତର ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋଣ କରାଯାଇଛି । ପାକିସ୍ତାନର ୩ ଏୟାରବେସରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
- ରାୱଲପିଣ୍ଡିରେ ୩ ବଡ଼ ବିସ୍ଫୋରଣ
- ନୁର ଖାନ ଏୟାରବେସ ନିକଟରେ ବଡ଼ ଧମାକା
- ଇସଲାମାବାଦରେ ମଧ୍ୟ ବିସ୍ଫୋରଣ ସୂଚନା
- ଲାହୋରରେ ବିସ୍ଫୋରଣ ହୋଇଥିବା ସୂଚନା
- ସୋରକୋଟର ରଫୀକୀ ଏୟାରବେସରେ ହମଲା
*ପାକିସ୍ତାନ ପଞ୍ଜାବର ସୋରକୋଟରେ ବିସ୍ଫୋରଣ
ପାକିସ୍ତାନ ସେନାର ଏୟାରବେସ ଉପରେ ବିସ୍ଫୋରଣ
ଚକଲାଲା କ୍ୟାଣ୍ଟ ନିକଟରେ ଧମାକା
ପେଶାୱର ନିକଟରେ ମଧ୍ୟ ବିସ୍ଫୋରଣ
ସମସ୍ତ ଏୟାରବେସକୁ ବନ୍ଦ କଲା ପାକିସ୍ତାନ
ଭାରତ ୬ ବାଲିଷ୍ଟିକ ମିସାଇଲ ମାଡ଼ କରିଥିବା ପାକ ସେନାର ଦାବି
କରାଚି, ଇସଲାମାବାଦ ଏୟାରପୋର୍ଟ ବନ୍ଦ
ଲାହୋର, ସିଆଲକୋଟ ଏୟାରପୋର୍ଟ ବନ୍ଦ