ପୁଲଓ୍ବାମାର ପାପ ମାନିଲା ପାକିସ୍ତାନ, କରିଥିଲା ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୁଲଓ୍ବାମାର ପାପ ମାନିଲା ପାକିସ୍ତାନ। ପାକିସ୍ତାନ ବାୟୁସେନାର ବରିଷ୍ଠ ଅଧିକାରୀ ପ୍ରେସମିଟରେ ଦେଇଥିବା ଏକ ବୟାନ ସମସ୍ତଙ୍କୁ ଚକିତି କରିଛି। ୨୦୧୯ରେ ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ କରିଥିବା ନିଜେ ମାନିଛି ପାକିସ୍ତାନ ବାୟୁସେନା। ପ୍ରେସମିଟରେ ପାକିସ୍ତାନୀ ବାୟୁସେନାର ବରିଷ୍ଠ ଅଧିକାରୀ ପୁଲୱାମା ହମଲାକୁ ଟାକ୍ଟିକାଲ ବ୍ରିଲିଆନ୍ସ ବୋଲି ବିବେଚନା କରିଛନ୍ତି। ଏହି ବୟାନ ଏମିତି ସମୟରେଆସିଛି, ଯେଉଁ ସମୟରେ ଭାରତ ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ଅଭିଯାନ ଚଳାଇଛି। ତେବେ ୨୦୧୯ର ପୁଲୱାମା ଆକ୍ରମଣ ଘଟଣାରେ ସମ୍ପୃକ୍ତିକୁ ସବୁବେଳେ ଅସ୍ଵୀକାର କରିଆସିଛି ପାକିସ୍ତାନ। ଆଉ ପ୍ରେସମିଟରେ ପାକିସ୍ତାନ ବାୟୁସେନା ବରିଷ୍ଠ ଅଧିକାରୀ ନିଜେ ଆକ୍ରମଣ କଥା ସ୍ଵୀକାର କରିଛନ୍ତି।ପାକିସ୍ତାନ ଏୟାରଫୋର୍ସର ଏୟାର ଭାଇସ ମାର୍ଶଲ ଏବଂ ଜନସମ୍ପର୍କ ନିର୍ଦ୍ଦେଶକ ଔରଙ୍ଗଜେବ ଅହମ୍ମଦ ପ୍ରେସ ବିବୃତି ଜାରି କରି ପୁଲୱାମା ହମଲାକୁ ଟାକ୍ଟିକାଲ ବ୍ରିଲିଆନ୍ସ ବା ସେନାର ବୁଦ୍ଧିମତା ବୋଲି କହିଥିଲେ। ଏହି ବୟାନ ପରେ କେବଳ ପୁଲୱାମା ନୁହେଁ ପହଲଗାଓଁ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନେଇ ସନ୍ଦେହକୁ ଆହୁରି ଦୃ଼ଢୀଭୂତ କରିଛି। ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଏହି ବୟାନ ପରେ ପୁଲୱାମା ଘଟଣାରେ ସମ୍ପୃକ୍ତିକୁ ଅସ୍ଵୀକାର କରୁଥିବା ପାକିସ୍ତାନର ଚେହେରା ପଦାରେ ପଡିଛି।

ପାକ ଅଧିକାରୀ ଔରଙ୍ଗଜେବ ଅହମ୍ମଦଙ୍କ ସହ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏହି ପ୍ରେସମିଟରେ ଉପସ୍ଥିତ ଥିଲେ।.. ୨୦୧୯ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ହୋଇଥଲା। ଆତ୍ମଘାତୀ ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଆନ୍ତର୍ଜାତିକ ସ୍ତରରେ ଘଟଣାକୁ ନେଇ ଅନେକ ପ୍ରମାଣ ସହ ପାକିସ୍ତାନକୁ ଦୋଷ ଦେଇଆସୁଛି ଭାରତ।ତେବେ ପାକିସ୍ତାନ ସବୁବେଳେ ଏହାକୁ ଅସ୍ଵୀକାର କରି ଆସୁଛି। ପୁଲୱାମା ଆକ୍ରମଣ ପରେ ଭାରତ ୨୬ ଫେବୃଆରୀରେ ୨୦୧୯ରେ ଅପରେସନ ବାଲାକୋଟ ଜରିଆରେ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଧ୍ଵସ କରିଥିଲା।….