ଦୁନିଆର ସବୁଠୁ ବିପଦଜ୍ଜନକ ସୀମା, ବ୍ରିଟିଶ୍ ଭାରତ ସହ ରହିଛି ସମ୍ବନ୍ଧ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଏବଂ ଆଫଗାନିସ୍ତାନ ଏବେ ପୁଣି ଥିରେ ସାମ୍ନାସାମ୍ନୀ ହୋଇଛନ୍ତି । ଆଫଗାନର ତାଲିବାନୀ ଯୁଦ୍ଧବିମାନ ଏବେ ଡୁରଣ୍ଡ ଲାଇନ ପାର ହୋଇ ପାକିସ୍ତାନରେ ପ୍ରବେଶ କରିସାରିଲାଣି ଏବଂ ପାକିସ୍ତାନୀ ସେନା ପୋଷ୍ଟକୁ ଟାର୍ଗେଟ କରୁଛନ୍ତି । ସେନା ଶିବିରଉପରେ କରୁଛନ୍ତି ଗୁଳିବର୍ଷା ।

ଆଫଗାନିସ୍ତାନର ରକ୍ଷା ମନ୍ତ୍ରାଳୟର ମୁଖ୍ୟ ଡୁରଣ୍ଡ ବର୍ଡର ଲାଇନ ବିଷୟରେ କହିଛନ୍ତି ଯେ, ଏହାକୁ ଆମେ ପାକିସ୍ତାନର ଅଞ୍ଚଳ ବୋଲି ଭାବୁନାହୁଁ । ଏହାକୁ ଆଫଗାନିସ୍ତାନର ହାଇପୋଥେଟିକାଲ୍ ଲାଇନ୍ ମଧ୍ୟ କୁହାଯାଏ । ଯାହା ୧୯୪୭ ପରଠୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ସୀମା ରହିଛି । ଆଫଗାନିସ୍ତାନ କେବେ ବି ଡୁରଣ୍ଡ ସୀମାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ ।

ଡୁରଣ୍ଡ ସୀମା ବିବାଦ କ’ଣ ?

ବ୍ରିଟିଶ ଶାସନ ସମୟରେ ତିଆରି ହୋଇଥିବା ସୀମା ହେଉଛି ଡୁରଣ୍ଡ ଲାଇନ ।  ଯାହା ୧୮୯୩ ମସିହାରେ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ ମଝିରେ ତିଆରି ହୋଇଥିଲା । ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ୨୬୪୦ କିମି ଲମ୍ୱର ଆନ୍ତର୍ଜାତୀୟ ସୀମାର ନାଁ ହେଉଛି ଡୁରଣ୍ଡ ଲାଇନ । ଏହି ସୀମାରେଖା  ପଶ୍ଚୁନ ଆଦିବାସୀ ଅଞ୍ଚଳରୁ ଦକ୍ଷିଣରେ ବଲୁଚିସ୍ତାନ ମଝି ଦେଇ ଯାଇଥାଏ । ଏହି ଭଳି ଭାବେ ଦୁଇଦେଶକୁ ଭାଗକରି ଏହି ବର୍ଡର ରହିଛି । ଏହାକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ସୀମା ବୋଲି କୁହାଯାଏ ।

ବ୍ରିଟିଶ୍ ଦକ୍ଷିଣ ଏସିଆ ଠାରୁ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଡୁରଣ୍ଡ ଲାଇନ୍ ବନାଇଥିଲେ  । ଏହି ବର୍ଡର ନାମ ସାର୍ ହେନେରୀ ଡୁରଣ୍ଡଙ୍କ ନାମନୁଯାୟୀ ରଖାଯାଇଥିଲା  । ଯେ ସେସମୟରେ ଗୁଲାମୀ ଭାରତର ବିଦେଶ ସଚିବ ଥିଲେ  । ଏହାକୁ ତତକାଳୀନ ବ୍ରିଟିଶ ଶାସକ ଏବଂ ଆଫଗାନ ଶାସକ ଅବଦୂର ରେହମାନ ସହ ମିଶିକି ନିର୍ମାଣ କରିଥିଲେ । ବିଟିଶ ସରକାର ନିଜ ହୁକୁମତକୁ ବଜାୟ ରଖିବା ପାଇଁ ରେହମାନଙ୍କୁ ଶାସନଭାର ଦେଇଥିଲେ  । ଡୁରଣ୍ଡର ଏକ ବଡ଼ ଅଂଶ ପିଓକେ ଦେଇ ଯାଇଛି ।

ଡୁରଣ୍ଡ ସୀମାର କ’ଣ ଆବଶ୍ୟକତା ଥିଲା ?

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ନିର୍ଣ୍ଣନ କରିବା ପାଇଁ ସେହି ସମୟରେ ଏହି ରେଖା ନିର୍ମାଣ ହୋଇଥିଲା । ସେତେବେଳେ ପାକିସ୍ତାନ ଭାରତ ମିଶିକରିଥିଲା  । ଏହାସହ ପୂର୍ବରେ ରୁଷର ବିସ୍ତାରବାଦୀ ନୀତିଠାରୁ ଦୂରେଇ ରହିବା ପାଇଁ ବ୍ରିଟିଶ୍ ସାମ୍ରାଜ୍ୟ ଆଫଗାନିସ୍ତାନକୁ  ବର୍ଡର ଜୋନ ଭାବେ ବ୍ୟବହାର କରିଥିଲା  । ଏହି ସୀମା ନିର୍ବାଣ ସମୟରେ ସ୍ଥାନୀୟ ଆଦିବାସୀ  ଏବଂ ଭୌଗଳିକ ପରସ୍ଥିତିକୁ ବିଚାରକୁ ନିଆଯାଇନଥିଲା, ଯେଉଁ କାରଣରୁ ଏହା ବିବାଦ ଘରେକୁ ଆସିଥିଲା  । ଡୁରଣ୍ଡ ପାଖରେ ୨ଟି ପ୍ରମୁଖ ଆଦିବାସୀ ଜନଜାତି ରହୁଥିଲେ । ଏହି ସୀମା ଯୋଗୁଁ ସେମାନଙ୍କ ଘରକୁ ମଧ୍ୟ ଭାଗ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ  ।

କୁହାଯାଏ କି, ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବା ପରେ ଡୁରଣ୍ଡ ସୀମା ଉପରେ ବିବାଦ ବଢିବାରେ ଲାଗିଲା । ତାଲିବାନ ଏହି ସୀମାକୁ ଆଫଗାନିସ୍ତାନର ସର୍ବଭୌମତାର ଉଲଂଘନ ବୋଲି ବିବେଚନା କରେ । ଉଭୟ ପାକିସ୍ତାନ ଏବଂ ଆଫଗନିସ୍ତା ଏହାକୁ ନିଜ ସୀମା ବୋଲି ଦାବି କରନ୍ତି ।  ଏହା ପରଠୁ ତାଲିବାନୀ ଆତଙ୍କବାଦୀ ସଂଗଠନ ପାକିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଛି ।