ନବୀନ ଖାଇଲେ ପଖାଳ: ଜାଣନ୍ତୁ କ’ଣ ରହିଥିଲା ଆଇଟମ୍..

ଭୁବନେଶ୍ୱର:  ପଖାଳ ଦିବସ ପାଳନରୁ ବାଦ ପଡିନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ ହୋଇ ଆସୁଥିବାବେଳେ ପ୍ରତିଟି ଓଡ଼ିଆ ଆଜି ପଖାଳ ସାଙ୍ଗରେ ବଡ଼ିଚୁରା, ଆଳୁଭର୍ତ୍ତା, ମାଛଭଜା, ଶାଗଭଜା ନାନାଦି ଖାଦ୍ୟ ଖାଇବାରେ ଲାଗିଛନ୍ତି  । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ  । ଅର୍ଥାତ ମୁଖ୍ୟମନ୍ତ୍ରୀ ପଖାଳ ସାଙ୍ଗରେ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇଛନ୍ତି  ।

ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଆଜି ପଲ୍ଲୀଠୁ ସହର ସବୁଠି ପଖାଳ ଖାଇ ଉତ୍ସବ ପାଳୁଛନ୍ତି ସମସ୍ତେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଖାଳ ସାଙ୍ଗକୁ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି  ।

ପଖାଳ ପ୍ରତିଟି ଓଡିଆର ହାଣ୍ଡିଶାଳର ପରିଚୟ  । ବିଦେଶରେ ଥିବା ପ୍ରବାସୀ ଓଡ଼ିଆ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି  । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପଖାଳ ଆସ୍ତେ ଆସ୍ତେ ଓଡିଆଙ୍କ ଖାଦ୍ୟ ତାଲିକାର ପ୍ରଥମକୁ ଆସିଛି  । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳରେ ଅନେକ ଉପାଦେୟତା ମଧ୍ୟ ଭରି ରହିଛି  । କୋଭିଡ ସମୟରେ ରିସର୍ଚ୍ଚ କରୁଥିବା ଡାକ୍ତରୀ ଦଳ ଶେଷରେ ପଖାଳକୁ ସାବାସୀ ଦେଇଥିଲେ । ଅର୍ଥାତ ପଖାଳ ଖାଇବା ଦ୍ୱାରା ମଣିଷ ଶରୀରରେ ଇମ୍ୟୁନିଟ ବୁଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଥିଲା  ।