ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ବିଏସଏଫ ପୋଷ୍ଟ ଉପରେ ମୋର୍ଟାର ମାଡ଼

ନୂଆଦିଲ୍ଲୀ :  ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଆର୍ନିଆ ଅଞ୍ଚଳରେ ବିଏସଏଫ ପୋଷ୍ଟ ଉପରେ ପାକିସ୍ତାନ ମୋର୍ଟାର ମାଡ଼ କରିଛି । ପାକ ରେଞ୍ଜର୍ସ ମାନେ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପାକିସ୍ତାନର ଆକ୍ରମଣରେ ଜଣେ ବିଏସଏଫ ଯବାନଙ୍କ ସହ ତିନି ନାଗରିକ ଆହତ ହୋଇଛନ୍ତି । ପୂରା ସେକ୍ଟରରେ ପାକିସ୍ତାନ ସେନା ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛନ୍ତି ବିଏସଏଫ ଯବାନ । ବିଏସଏଫର ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ଟି ଓ୍ବାଚ୍ ଟାଓ୍ବାର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ସୀମାରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।