spot_img

Latest Posts

ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ !

ନୂଆଦିଲ୍ଲୀ: ଜାମ୍ମୁର ସତୱାରୀ ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନରେ ରବିବାର ସକାଳେ ହୋଇଥିବା ବିସ୍ଫୋରଣ ପରେ ସତର୍କତା ଜାରି କରାଯାଇଛି । ଭାରତୀୟ ବାୟୁସେନାର ଷ୍ଟେସନ ମୁଖ୍ୟାଳୟ ତଥା ଜାମ୍ମୁର ମୁଖ୍ୟ ବିମାନବନ୍ଦର ମଧ୍ୟ ଏହି ପରିସରରେ ଆସିଛି । ଏହି ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁରକ୍ଷା ଏଜେନ୍ସି କହିଛି ଯେ, ଭାରତୀୟ ବାୟୁସେନା (ଆଇଏଏଫ) ବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବା କିମ୍ବା ଜୈଶ-ଏ-ମହମ୍ମଦ ଥାଇପାରେ।

ଏଥି ସହିତ ଜାମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂ ଜାମ୍ମୁ ବିମାନବନ୍ଦରରେ ଭାରତୀୟ ବାୟୁସେନା ଅଧୀନସ୍ତ ଅଞ୍ଚଳରେ ଥିବା ହୋଇଥିବା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ପୋଲିସ, ବାୟୁସେନା ଏବଂ ଅନ୍ୟାନ୍ୟ ଏଜେନ୍ସି ଏହି ଆକ୍ରମଣର ତଦନ୍ତ କରୁଛନ୍ତି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ଡ୍ରୋନ୍ ଆକ୍ରମଣ ପରେ ପଠାନକୋଟ, ଅମ୍ବାଲା, ଅବନ୍ତୀପୁର ଏବଂ ଅନ୍ୟ କେତେକ ଏୟାରବେଟ୍କୁ ହାଇ ଆଲର୍ଟ କରାଯାଇଛି । ଆତଙ୍କବାଦୀ ଦୃଷ୍ଟିରୁ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅନୁସନ୍ଧାନ କରୁଛନ୍ତି ।

ସୂଚନା ଅନୁସାରେ, ଏହାପୂର୍ବରୁ ଜୈଶ-ଏ-ମହମ୍ମଦ ହିଜବୁଲ ମୁଜାହିଦ୍ଦିନଙ୍କ ସହ ମିଶି ପାକିସ୍ତାନର ସୀମା ଆରପାର୍ଶ୍ୱରୁ ବିଶେଷ କରି ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ନିଜର ହେଡଲର୍ସ ମାଧ୍ୟମରେ ଡ୍ରୋନରୁ ଗୁଳି ବାରୁଦ ନିୟମିତ ଭାବରେ ଆଣୁଥିଲା । ଏହା ପରେ ଭାରତୀୟ ସେନା ମଧ୍ୟ ଗୁପ୍ତଚରଙ୍କ ସୂଚନା ଆଧାରରେ ଓଭର ଗ୍ରାଉଣ୍ଡ ୱାର୍କର୍ସ (OGW) କୁ ଗିରଫ କରିଥିଲା । ଗୁପ୍ତଚର ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ଏହି ଆକ୍ରମଣ ପଛରେ କିଛି ବଡ ଷଡଯନ୍ତ୍ର ଥାଇପାରେ।

ସୂଚନା ଅନୁସାରେ, ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିବା ବେଳେ ରାତି ୧.୩୭ରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଏହାକୁ ବଡ଼ ଗୁରୁତର ଘଟଣା ଭାବେ ବିବେଚନା କରାଯାଉଛି। ବିମାନ ବନ୍ଦରରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଟିମ୍‌ ମଧ୍ୟ ଉପସ୍ଥିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ। ଏହି ଘଟଣା ପରେ ବିମାନ ଚଳାଚଳରେ କୌଣସି ବାଧା ଉପୁଜିନଥିଲେ ବି ସୁରକ୍ଷାକୁ କଡାକଡି କରାଯାଇଛି |

Latest Posts

Don't Miss