୨୦୨୪ ସୁଦ୍ଧା ଭାରତରେ ମିଶିବ POK: କପିଲ ପାଟିଲ୍
1 min readନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଭାରତରେ ମିଶିବ ପାକିସ୍ତାନ ଅଧିକୃତ କାଶ୍ମୀର । ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ । ସେହିପରି କପିଲ ପାଟିଲ୍ ବିକାଶ ପାଇଁ ଉଚିତ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟମନ୍ତ୍ରୀ କପିଲ୍ ପାଟିଲ ଶନିବାର ମହାରାଷ୍ଟ୍ରର ଥାନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।
#WATCH | Thane, Maharashtra: Union Minister & BJP leader Kapil Patil says, "…Hope PoK (Pakistan Occupied Kashmir) is integrated in India by 2024 as these things can be done only by PM Modi. For this we'll have to come out of (the mindset for) potato, onions, pulses." (29.01.22) pic.twitter.com/H3dKO5aBd6
— ANI (@ANI) January 31, 2022
ଏହି କାର୍ଯ୍ୟକ୍ରମରେ କପିଲ୍ ପାଟିଲ କହିଛନ୍ତି ଯେ ମୋଦି କେବଳ ଆଳୁ ଏବଂ ପିଆଜର ମୂଲ୍ୟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଲୋକମାନେ ଏହି ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି କପିଲ୍ ପାଟିଲ । ବଜାରରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ହୋଇଗଲେ ଲୋକମାନେ ଅଭିଯୋଗ କରନ୍ତି କିନ୍ତୁ ସେମାନେ ୭୦୦ ଟଙ୍କାରେ ମଟନ ଓ ୫୦୦-୬୦୦ ଟଙ୍କାରେ ପିଜ୍ଜା କିଣିବାକୁ ସକ୍ଷମ ହୋଇଥାନ୍ତି ।
ସେ ଆହୁରି କହିଛନ୍ତି କି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଚାହିଁଲେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତରେ ମିଶିପାରିବ । କାହିଁକି ନା ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନାଗରିକ ସଂଶୋଧନ ଅଧିନିୟମ (CAA), ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-A ଉଚ୍ଛେଦ କରି ସାହାସିକତା ନିଷ୍ପତ୍ତି ନେଇଛନ୍ତି । ତେଣୁ ୨୦୨୪ ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଏକ ଅଂଶ ହୋଇଯିବ ବୋଲି କହିଛନ୍ତି କପିଲ୍ ପାଟିଲ୍ ।