ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ମିଳିବ କି ମୁକ୍ତି, ଦେଶ ବୁଲିବା ପରେ ସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବ FATF

ନୂଆଦିଲ୍ଲୀ: ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ଏବେ ମିଳିବନି ମୁକ୍ତି । ଏଫଏଟିଏଫ ପକ୍ଷରୁ ପାକିସ୍ତାନ ଭିଜିଟ କରିବା ପରେ ସ୍ଥିତି ଅନୁଧ୍ୟାନ କରି ଗ୍ରେ ଲିଷ୍ଟରୁ ମୁକ୍ତି ମିଳିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ଗତ ଦୁଇ ବର୍ଷ ଧରି ପାକିସ୍ତାନ ଗ୍ରେ ଲିଷ୍ଟରେ ଥିବା ବେଳେ ଏହାର ସର୍ତ୍ତ ଠିକ୍‌ ଭାବେ ମାନିଛି କି ନାହିଁ ତା’ର ଅନୁଧ୍ୟାନ କରାଯିବ । ଆତଙ୍କବାଦୀ ଫଣ୍ଡିଂ ପାଇଁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା । ଏହାଦ୍ୱାରା ପାକିସ୍ତାନ ଅନ୍ୟ କୌଣସି ରାଷ୍ଟ୍ର ଦ୍ୱାରା କୌଣସି ସୁବିଧା ପାଏ ନାହିଁ । ଏଥିସହ ଆଗକୁ ପାକିସ୍ତାନ ଯେମିତି ଟେରର ଫଣ୍ଡିଂ ନ କରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏଫଏଟିଏଫ ପ୍ରେସିଡେଣ୍ଟ ମାରକସ୍‌ ପ୍ଲେୟାର ଏନେଇ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ।