କରୋନା ମାଡ଼ରେ ପାକିସ୍ତାନ ପାଗଳ, ସରକାରୀ ୱେବସାଇଟ ଦର୍ଶାଇଲା ‘ପିଓକେ’ ଭାରତର

1 min read

ନୂଆଦିଲ୍ଲୀ: ପିଓକେ ବା ପାକ୍ ଅଧିକୃତ କାଶ୍ମୀର ଭାରତର । କୋଭିଡ୍ ୱେବସାଇଟରେ ଥିବା ମ୍ୟାପରେ ପାକିସ୍ତାନ ପିଓକେକୁ ଭାରତର ବୋଲି ଦର୍ଶାଇଛି । ୧୯୪୮ ପର ଠାରୁ ପିଓକେକୁ ପାକିସ୍ତାନ ଆଜାଦ୍ କାଶ୍ମୀର କହି ଆସୁଛି । ଆଧିପତ୍ୟ ବିସ୍ତାର ଜାରି ରଖିଛି । ତେବେ, ପାକିସ୍ତାନର ସରକାରୀ କୋଭିଡ୍ ୱେବସାଇଟରେ ଦର୍ଶାଇଛି ଜମ୍ମୁ କାଶ୍ମୀର ଓ ଲଦାଖର ସମ୍ପୂର୍ଣ୍ଣ ଅଞ୍ଚଳ ଭାରତର । ଏହା ଉପରେ ପାକିସ୍ତାନର ଅଧିକାର ନାହିଁ ।

ପାକିସ୍ତାନ ବିଭିନ୍ନ ସମୟରେ ଜମ୍ମୁ କଶ୍ମୀରରେ ଧର୍ମ, ସମ୍ପ୍ରଦାୟରେ ଲୋକଙ୍କୁ ଭ୍ରମିତ କରିବା ସହ ହିଂସା ସୃଷ୍ଟି କରୁଛି । ଅଜାଣତରେ ହେଉ ପଛେ ପାକିସ୍ତାନ୍ କୋଭିଡ୍ ୱେବସାଇଟରେ ପିଓକେକୁ ଭାରତ ବୋଲି ମାନିଛି । ପାକିସ୍ତାନ ଅଧିକାଂଶ ସମୟରେ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ଓ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରି ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛି ।

ବିଶ୍ୱ କରୋନା ଭାଇରସ୍ ସହ ଲଢ଼େଇ କରୁଥିବା ବେଳେ ଏଲଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅସ୍ଥିରତା ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ପାକିସ୍ତାନ ୱେବସାଇଟରେ ପିଓକେ ଭାରତର ବୋଲି ମାନିବା ଚର୍ଚ୍ଚା ସୃଷ୍ଟି କରିଛି ।

ଇସାରାରେ ପାକିସ୍ତାନକୁ ଭାରତର ଜବାବ: ଗିଲ୍‌ଗିଟ୍-ବାଲିଚିସ୍ତାନ ଅଞ୍ଚଳର ପାଣିପାଗ ନେଇ ପୂର୍ବାନୁମାନ କଲା IMD

Leave a Reply