ପାଇକ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ପାଇକ ସମାବେଶ

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ଦାବିରେ ଖୋର୍ଦ୍ଧା ବରୁଣେଇ ପୀଠରେ ବିରାଟ ପାଇକ ସମାବେଶ । କେନ୍ଦ୍ର ସରକାର ନିଷ୍ପତ୍ତି ବିରୋଧରେ ପାଇକ ପୁଅଙ୍କ ରଣ ହୁଙ୍କାର । ଓଡ଼ିଶା ବୀର ମହାସଂଘ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇ ପୀଠରେ ଆରମ୍ଭ ହୋଇଛି ବିରାଟ ପାଇକ ସମାବେଶ ।

ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ପାଇକଙ୍କ ମେଳି । ବରୁଣେଇଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସମାବେଶକୁ ପାଇକ ଶୋଭାଯାତ୍ରା । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଏବଂ ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରାଯାଇଛି । ବରୁଣେଇ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ । ପଞ୍ଚ ପାଇକ, ଖୋର୍ଦ୍ଧା ସହର, ଜାତୀୟ ରାଜପଥ ଦେଇ ଭୁବନେଶ୍ବରରେ ପହଞ୍ଚିବ। ଶୋଭାଯାତ୍ରାରେ ପାଇକଙ୍କ ଦାୟଦ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃତ୍ବ ସାମିଲ ହୋଇଛନ୍ତି।

Leave a Reply