ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରି ଦେଉ । ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିନ୍ତି ।
ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି। #ରଜ pic.twitter.com/3kBqXlBhWy
— Naveen Patnaik (@Naveen_Odisha) June 14, 2022
ଚଳିତବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଦୀର୍ଘ ୨ବର୍ଷ ହେବ କୋଭିଡର କଳାବାଦଲ ଭିତରେ ଫିକା ପଡିଯାଇଥିଲା ଏହି ଗଣପର୍ବ । ନା ଲାଗୁଥିଲା ତୋଟାରେ ଦୋଳି, ନା ବଣ୍ଟା ହେଉଥିଲା ରଜପାନ । ଗାଁର କୁଆଁରୀମାନେ ନା ସାହି ପଡିଶା ବୁଲୁଥିଲେ, ନା ସଜବାଜ ହୋଇ ଦୋଳି ଖେଳୁଥିଲେ । ଅର୍ଥାତ୍ କହିବାକୁ ଗଲେ ରଜ ଏକ ପ୍ରକାର ଫିକା ପଡିଥିଲା । ତେଣୁ ଚଳିତବର୍ଷ ରଜକୁ ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଉଛି ।
ଓଡ଼ିଶାର ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଆମ ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ। #ରଜ pic.twitter.com/FXu4Lrf65w
— Pranab Prakash Das (@pranabpdas) June 14, 2022
ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ ଜରିଆରେ ପ୍ରଣବ ପ୍ରକାଶ କହିଛନ୍ତି, ଓଡ଼ିଶାର ଗଣପର୍ବ ହେଉଛି ରଜ । ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଆମ ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ। ଏହା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।