LOCରେ ପାକ୍ ସେନାର ଫାୟରିଂ ; କଡ଼ା ଜବାବ ଦେଉଛି ଭାରତୀୟ ସେନା

1 min read

ନନ୍ଦିଘୋଷ ବ୍ୟୁରୋ : ପୁଣି ସୀମା ଟପିଲା ପାକିସ୍ତାନ । ଏଲଓସିରେ ବୃଦ୍ଧିପାଇଛି ଉତ୍ତେଜା । ଭାରତ-ପାକିସ୍ତାନ ସୀମାରେ ରାତିସାରା ଚାଲିଛି ଗୁଳିବିନିମୟ । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା ।  ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପରେ ଛାନିଆ ହୋଇ ପଡିଛି ପଡୋଶୀ  ।  ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ  । ସୂଚନା ଅନୁସାରେ, ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ ଚାଲିଛି ।   ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ଏଥିରେ କେହି ମୃତାହତ  ହୋଇ ନଥିବା ସୂଚନା ମିଳିଛି  ।  ସେପଟେ  ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ ।  ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି ।  ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି  ବାୟୁସେନା ।  ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି  । ଅନ୍ୟପକ୍ଷେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶର ସବୁଠାରେ ଲୋକେ କ୍ରୋଧିତ ରହିଛନ୍ତି ଏବଂ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନାରା ଦେଉଛନ୍ତି ।