spot_img

Latest Posts

ପାକିସ୍ତାନ ପାଇଁ ଚକ୍ରବ୍ୟୁହ ରଚନା କରୁଛି ଭାରତ, ଜାତିସଂଘର ମହାସଚିବଙ୍କ ସହ କଥା ହେଲେ ଏସ. ଜୟଶଙ୍କର

ନନ୍ଦିଘୋଷ ବ୍ୟୁରୋ: ଚକ୍ରବ୍ୟୁହ ରଚନା କରୁଛି ଭାରତ । ଆଉ ଏହି ଚକ୍ରବ୍ୟୁହରେ ଫସିବ ପାକିସ୍ତାନ । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସାତଟି ଅସ୍ଥାୟୀ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ଲୋଭେନିଆ, ପାନାମା, ଆଲଜେରିଆ ଏବଂ ଗୁଏନାର ତାଙ୍କ ପ୍ରତିପକ୍ଷଙ୍କ ସହ ଫୋନରେ କଥା ହେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ।

ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ପହଲଗାମ କଥା କହିଥିଲେ । ଜୟଶଙ୍କର ଗୁଟେରେସଙ୍କ ସହ ଆଲୋଚନା ପରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସ୍ପଷ୍ଟ ନିନ୍ଦା କରିବା ପାଇଁ ମୁଁ ତାଙ୍କର ପ୍ରଶଂସା କରୁଛି।’ ସେ କହିଛନ୍ତି, ଏହି ଆକ୍ରମଣର ଅପରାଧୀଙ୍କୁ କାଠଗଡାରେ ଠିଆ କରାଯିବା ଦରକାର ।

ଏଥିରୁ ଜଣା ପଡ଼ୁଛି ଭାରତ ଦେଶ ମାନଙ୍କ ସହି କୂଟନୈତିକ ସମ୍ପର୍କ ମଜବୁତ କରି ପାକିସ୍ତାନ ପାଇଁ ଚକ୍ରବ୍ୟୁହ ରଚନା କରୁଛି ।

 

 

Latest Posts

Don't Miss