spot_img

Latest Posts

ପାକିସ୍ତାନର ଭୟଙ୍କର ଅବସ୍ଥା : ୟୁକ୍ରେନକୁ ବିକ୍ରି କରିଦେଲା ଅସ୍ତ୍ରଶସ୍ତ୍ର, ଏବେ ନିଜ ଗୋଦାମ ଖାଲି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ଭାରତ ପକ୍ଷରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ  କୁହାଯାଉଛି କି ଭାରତ ସହିତ ଯୁଦ୍ଧ ହେଲେ, ପାକିସ୍ତାନ କେବଳ ୪ ଦିନ ହିଁ ତିଷ୍ଠି ପାରିବ ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତାର ଅସ୍ତ୍ର ଭଣ୍ଡାରରୁ ବହୁ ପରିମାଣର ଗୋଳାବାରୁଦ ତଥା ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ବିକ୍ରି କରିଦେଇଛି । ଯାହା ଫଳରେ ପାକିସ୍ତାନ ପାଖରେ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । କେବଳ ୪ ଦିନ ଯୁଦ୍ଧ ପାଇଁ ପାକିସ୍ତାନ ପାଖରେ ଅସ୍ତ୍ରଶସ୍ତ୍ର ଅଛି । ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ଯେ, ୟୁକ୍ରେନକୁ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଏବଂ ପାକିସ୍ତାନ ଆର୍ଡନାନ୍ସ ଫ୍ୟାକ୍ଟ୍ରି ବା POAFର ଦୁର୍ବଳ ଉତ୍ପାଦନ କ୍ଷମତା ଯୋଗୁଁ ପାକିସ୍ତାନର ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।  କାରଣ ପାକିସ୍ତାନର ସାମରିକ ଅସ୍ତ୍ରଶସ୍ତ୍ର କହିଲେ ତୋପ ଓ ସଶସ୍ତ୍ର ଯାନ ଉପରେ ନିର୍ଭର କରେ । ଏନେଇ ମେ ୨ରେ ଅନୁଷ୍ଠିତ ସ୍ୱତନ୍ତ୍ର କମାଣ୍ଡର ସମ୍ମିଳନୀରେ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଯାଇଥିଲା ।

ତେବେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନାରାଲ କମର ଜାଭେଦ ବାଜଓ୍ୱା ସେନା ସାମ୍ନାରେ ଥିବା ଚ୍ୟାଲେଞ୍ଜ ଗୁଡିକୁ ସ୍ୱୀକାର କରିବା ସହିତ ପାକିସ୍ତାନ ପାଖ‌ରେ ଦୀର୍ଘକାଳୀନ ଯୁଦ୍ଧ ପରିସ୍ଥିତି ପାଇଁ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି ବୋଲି କହିଛନ୍ତି । ତେଣୁ ପାକିସ୍ତାନ ପାଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି । ପରିସ୍ଥିତି ଏପରି ହୋଇଛି ଯେ, ଇନ୍ଧନ ଅଭାବ ଯୋଗୁଁ ପାକିସ୍ତାନୀ ସେନାକୁ ରାସନ ହ୍ରାସ କରିବାକୁ ପଡୁଛି , ଏପରିକି ସାମରିକ ଅଭ୍ୟାସ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି ।

Latest Posts

Don't Miss