spot_img

Latest Posts

ଆଉ ନାହାନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ: ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଡି ପ୍ରକାଶ ରାଓ। ଗତ ୨୫ ତାରିଖରେ ଏସ୍‌ସିବିରେ ଅସୁସ୍ଥତା କାରଣରୁ ପୁଣି ଥରେ ଭର୍ତ୍ତି ହୋଇଥିଲେ। ୨୦୧୯ ରେ ତାଙ୍କୁ ସମାଜ ସେବା ପାଇଁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ କରିଥିଲେ। ଓଡ଼ିଶା ଆଜି ତାଙ୍କ ବିୟୋଗରେ ଏକ ମହାନ ସମାଜସେବୀଙ୍କୁ ହରାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା ବାବଦକୁ ରେଡକ୍ରସ ପକ୍ଷରୁ ଜିଲ୍ଲାପାଳଙ୍କ ସହାୟତାରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅଧିକ ଚିକତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏସ୍‌ସିବିରେ ଚିକିତ୍ସାଧିନ ଥିଲେ।

କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

Latest Posts

Don't Miss