ପଦ୍ମକେଶରୀପୁରକୁ ଅଶାନ୍ତ କରୁଛି ‘ସୁଧ’ କାରବାର

ନନ୍ଦିଘୋଷ ବ୍ୟୁରୋ: ଚକ୍ରବର୍ତ୍ତୀ ସୁଧର ଚକ୍ରାନ୍ତରେ ତଳିତଳାନ୍ତ ପରିବାର । ବାପା ଅଜା ଅମଳରୁ ସୁଝିଲେ ବି ସୁଝା ପଡୁନି । ମୂଳ ସୁଝା ନପଡିବାରୁ ଭିଟାମାଟି ଛଡାଇ ନେବାକୁ ଧମକ ଦେଉଛି ସୁଧ ବେପାରୀ । ଏଭଳି କିଛି ରୋଚକ କଥା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅଧିନ ପଦ୍ମକେଶରୀପୁର ଗାଁରେ। ରାଜଧାନୀର ଛାତି ଉପରେ ସୁଧ କାରବାର ର ନଗ୍ନ ଚିତ୍ର। ୧୦ ହଜାର ମୂଳକୁ ୫ ଲକ୍ଷ ସୁଧ । ଟଙ୍କା ନଦେଲେ କାହାକୁ ଆକ୍ରମଣ ତ ଆଉ କାହାକୁ ମିଳୁଛି ଭିଟାମାଟି ଛଡ଼ାଇନେବାର ଧମକ । ଏ ହେଉଛନ୍ତି ଏସେଇ ଦାସ । ୬୦ ବର୍ଷୀୟା ମହିଳା। ସ୍ୱାମୀ ଚେରମୁଳି, ଡେଉଁରିଆ ବେପାର କରି ପରିବାର ପ୍ରତିପୋଷଣ କରନ୍ତି। ୨୦୧୦ ମସିହାରେ ମହିଳା ଜଣଙ୍କ ୧୦ ହଜାର ଟଙ୍କା ସୁଧକୁ ଆଣିଥିଲେ । ଏବେ ସୁଧା ୪ ଲକ୍ଷରୁ ଉର୍ଦ୍ଧ ସୁଧ ଗଣି ସାରରିଲେଣି । କିନ୍ତୁ ସୁଧିଆ ବେପାରୀ ମୂଳ ବାବଦକୁ ଆହୁରି ମାଗୁଛି ୨ ଲକ୍ଷ ଟଙ୍କା ।