ଧାରଣାରେ ବସିଲେ ଖେଳାଳି; କହିଲେ ‘କେନ୍ଦ୍ର ସମ୍ମାନ ଦେଉଛି, ଆପଣ କାହିଁକି ନୁହେଁ’…

1 min read

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପାରା କୁସ୍ତି ଯୋଦ୍ଧା ବିରେନ୍ଦ୍ର ସିଂହ ହରିୟାଣା ସରକାର ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି। ନିକଟରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯାହା ପରେ ସେ ନୂଆଦିଲ୍‌ଲୀ ସ୍ଥିତ ହରିୟାଣା ଭବନ ବାହାରେ ଧାରଣାରେ ବସିଛନ୍ତି ।

ବିରେନ୍ଦ୍ର ସିଂହ ଟ୍ୱିଟ୍ କରି କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ମୁଁ ଦିଲ୍‌ଲୀ ହରିୟାଣା ଭବନର ଫୁଟପାଥରେ ବସିଛି । ଯେଯାଏଁ ଆପଣ ମୁକ-ବଧିର ଖେଳାଳିଙ୍କୁ ପାରା ଖେଳାଳି ମାନଙ୍କ ଭଳି ସମାନ ଅଧିକାର ପ୍ରଦାନ ନକରନ୍ତି, ସେଯାଏଁ ମୁଁ ଧାରଣାରୁ ଉଠିବି ନାହିଁ । କେନ୍ଦ୍ର ଆମକୁ ସମ୍ମାନ ଦେଉଥିବା ବେଳେ ଆପଣ କାହିଁକି ଦେବେନାହିଁ ।

ମୁଖ୍ୟତଃ ପାରା କୁସ୍ତି ଯୋଦ୍ଧା ରୂପେ ଯୋଗଦାନ ପାଇଁ ବିରେନ୍ଦ୍ରଙ୍କୁ  ପଦ୍ମଶ୍ରୀ ସମ୍ମାନ ମିଳିଛି । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ସମାନ ଅଧିକାର ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ବିରେନ୍ଦ୍ରଙ୍କୁ ସମ୍ମାନ ମିଳିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଦେଇଥିଲେ। ଯାହାର ଜବାବ ଦେଇ ବିରେନ୍ଦ୍ର କହିଥିଲେ,- ମୁଖ୍ୟମନ୍ତ୍ରୀ ଜି ଆପଣ ଯଦି ମୋତେ ପାରା ଖେଳାଳି ମାନୁଛନ୍ତି ତେବେ ପାରା ଖେଳାଳି ଭଳି ସମାନ ଅଧିକାର କାହିଁକି ଦେଉନାହାଁନ୍ତି । ମୁଁ ଗତ ୪ ବର୍ଷ ହେବ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଆଜିବି ଜୁନିଅର କୋଚ୍ ହୋଇ ରହିଛି ।

Leave a Reply