ଐତିହାସିକ ବାଲିଯାତ୍ରାକୁ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶାଳ କଳାକୃତି

କଟକ:  ଐତିହାସିକ ବାଲିଯାତ୍ରାକୁ ନେଇ ବିଶାଳ କଳାକୃତି । କଳା, ଐତିହ୍ୟ ଓ ପରମ୍ପରାର ନିଛକ ନିଦର୍ଶନ ଏହି ଯାତ୍ରାକୁ ଅଧିକ ସ୍ମରଣୀୟ କରିବାକୁ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ବିରାଟ ବାଲୁକା କଳା । ୨୫ହଜାର ମାଟି ଦୀପ ଓ ବାଲି ବ୍ୟବହାର କରାଯାଇଥିବା ଏହି ବିଶାଳ ବାଲୁକା କଳାଟି ୬୮ଫୁଟ ଲମ୍ବା, ୪୨ଫୁଟ ଓସାର । ଏକ ସୁଦୃଶ୍ୟ ଡଙ୍ଗା ଯାହାକି ପୁର୍ବରୁ ନୌବାଣିଜ୍ୟରେ ବ୍ୟବହାର କରାଯାଉଥିଲା, ତାର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି, ସୁଦର୍ଶନ।

ଏହିି ବାଲୁକା କଳା ପ୍ରସ୍ତୁତ କରିବାରେ ସୁଦର୍ଶନଙ୍କୁ ତାଙ୍କର ୨୦ଜଣ ଛାତ୍ର ସହାୟତା କରିଛନ୍ତି । ଏହି ବାଲୁକା କଳା ଲିମକା ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ଆଶା ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।