ଆଜି ମହାପ୍ରଭୁଙ୍କ ପବିତ୍ର ପଦ୍ମବେଶ

1 min read

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ପଦ୍ମବେଶ | ମାଘମାସ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ପ୍ରଥମେ ଯେଉଁ ବୁଧବାର କିମ୍ବା ଶନିବାର ପଡେ ସେହିଦିନ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ | ତେଣୁ ଆଜି ସେହି ଶନିବାର ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପବିତ୍ର ପଦ୍ମଵେଶ ଅନୁଷ୍ଠିତ ହେବ | ବଡ଼ଚ୍ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ | ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ | ଏହି ବେଶ ପ୍ରସ୍ତୁତକାରୀ ହବିଷଅର୍ଣ୍ଣ ସେବନ କରିଥାନ୍ତ । ମହାପ୍ରଭୁଙ୍କ ଉଦ୍ୟେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି |ବଡ଼ସିଂହାର ବେଶରେ ଠାକୁର ମାନଙ୍କୁ ଏହି ବେଶ କରାଯିବ | ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ | ପଦ୍ମବେଶ ଥାଇ ଶ୍ରୀଜୀଉ ମାନେ ପହୁଡ ହେବାର ପରମ୍ପରା ରହିଛି | ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ | ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ | ଭକ୍ତ ମନହର ଦାଶ ର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ପଦ୍ମ ବେଶ କରାଯାଇଥାଏ |ତେବେ ଆସନ୍ତାକାଲି ରବିବାର | SOP ରେ କୋହଳ କରାଯାଇଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ଏବଂ ଭକ୍ତମାନେ ମାନେ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ ର ସୌଭାଗ୍ୟ ପାଇପାରିବେ | ତେବେ ନୂଆ SOP ଅନୁଯାୟୀ ଆଜି ମଧ୍ୟ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି

ଏଥିସହିତ ପଢ଼ନ୍ତୁ: ୨୦୦୦ ମସିହାରୁ କମିଛି ସ୍ୱିଜରଲ୍ୟାଣ୍ଡରେ ହିମସ୍ଖଳନ, କେମିତି ଜାଣନ୍ତୁ…

Leave a Reply