ଘୋଷଣା ହେଲା ପଦ୍ମ ପୁରସ୍କାର; ଓଡ଼ିଶାରୁ ଜଣଙ୍କୁ ପଦ୍ମବିଭୂଷଣ, ପାଞ୍ଚଜଣଙ୍କୁ ପଦ୍ମଶ୍ରୀ

1 min read

ଭୁବନେଶ୍ୱର: ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । କଳା କ୍ଷେତ୍ରରେ ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁମନୋନୀତ କରାଯାଇଛି । ସମାଜ ସେବା ପାଇଁ ଓଡ଼ିଶାର ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ହେଉଛନ୍ତି ଶାନ୍ତି ଦେବୀ  । ରାୟଗଡ଼ା ଜିଲ୍ଲା ଗୁଣପୁରରେ ୧୮ ଏପ୍ରିଲ ୧୯୩୪ ମସିହାରେ ଜନ୍ମଗ୍ରହଣ  କରିଛନ୍ତି ଶାନ୍ତି ଦେବୀ  । ୨୦୧୪ରେ ମାଆ ଘର ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସରେ ପ୍ରଥମ ମହିଳା ଶାନ୍ତି ପ୍ରତିଷ୍ଠାକାରୀ ଆଓ୍ବାଡ୍ ରେ ସମ୍ମାନିତ ହୋଇଛନ୍ତି ଶାନ୍ତି ଦେବୀ  । ଗୁଣପୁରୁର ସେବା ସମାଜ ନାମକ ଏକ ଅନୁଷ୍ଠାନର ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ଓ ଛତିଶଗଡ଼ ଭିତରେ ମାଓ ହିଂସାରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଂଶଗ୍ରହଣ କରିଥିଲେ ଶାନ୍ତି ଦେବୀ  । ସେବା ସମାଜ ନାମକ ସଂସ୍ଥା ଗଠନ କରିଥିଲେ ଶାନ୍ତି ଦେବୀ  । ଏଥିରେ ଶିଶୁ ଓ ବାଳିକାମାନଙ୍କର ବିକାଶ କରୁଥିଲେ ଶାନ୍ତି ଦେବୀ  । ଏହାସହ ୧୯୯୪ ମସିହାରେ ଶିଶୁ ଓ ମହିଳା ବିକାଶ ପାଇଁ ଜମନାଲାଲ ବାଜାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି  ।

ମେଡିସିନ କ୍ଷେତ୍ରରେ ଡ. କୃଷ୍ଣ ମୋହନ ପାଠି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।  କଳା କ୍ଷେତ୍ରରେ ପୂର୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ରଜତ କୁମାର କର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ।

ପଦ୍ମବିଭୂଷଣ ତାଲିକାରେ ରହିଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ସ୍ୱର୍ଗତ ବାଲା ସୁବ୍ରମଣ୍ୟମ, ନରିନ୍ଦର ସିଂ କାପାନୀ, ଡକ୍ଟର ବେଲେ ମୋନାପ୍ପା ହେଗଡେ, ମୌଲାନା ୱାହିଦ୍ଦୁନି ଖାନ, ବି.ବି ଲାଲ, ଏବଂ ଓଡିଶାର ସୁଦର୍ଶନ ସାହୁଙ୍କ ନାମକୁ ମନୋନିତ କରାଯାଇଛି ।

ସେହିପରି ପଦ୍ମବିଭୁଷଣ ପୁରସ୍କାରରେ ସାମିଲ ରହିଛନ୍ତି କ୍ରିଷ୍ଣା ନୈର ଶାନ୍ତାକୁମାର, ଆସାମର ପୂର୍ବତନ ମୁକ୍ୟମନ୍ତ୍ରୀ ସ୍ବର୍ଗତ ତରୁଣ ଗୋଗେଇ, ଚନ୍ଦ୍ରଶେଖର କାମ୍ବାରା, ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ନୃପେନ୍ଦ୍ର ମିଶ୍ର, ସ୍ୱର୍ଗତ ରାମବିଲାଶ ପାଶ୍ୱାନ, କେଶୁଭାଇ ପଟେଲ, କଲବେ ସାଦିକ୍, ରଜନୀକାନ୍ତ ଦେବିଦାସ ସର୍ଫ ଏବଂ ତାରା ଲୋଚନ ସିଂଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୨୦୨୦-୨୧ ବର୍ଷ ପାଇଁ ୧୧୯ ଜଣଙ୍କ ନାମ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ତାଲିକା ପ୍ରକାଶ ପାଇଛି  ।

Leave a Reply