spot_img

Latest Posts

ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ, ୧୪୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ । ଆୟୋଜିତ ହୋଇଛି ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୂଜ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । କଳା, ସାହିତ୍ୟ, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ମେଡିସିନ, ଶିକ୍ଷା, କ୍ରୀଡା ଆଦି କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ଗତବର୍ଷ ଘୋଷିତ ପ୍ରତିଭାଙ୍କୁ ଚଳିତ ବର୍ଷ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୧୮ ଜଣ ରହିଛନ୍ତି ବିଦେଶୀ, ପ୍ରବାସୀ ଭାରତୀୟ, ପିଆଇଓ । ୧୨ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସାହିତ୍ୟ ଓ ଶିକ୍ଷା ଲାଗି ଡକ୍ଟର ଦମୟନ୍ତୀ ବେଶ୍ରା, ବୀଣାପାଣି ମହାନ୍ତି, କଳା ଲାଗି ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ମନମୋହନ ମହାପାତ୍ର, ବିକଳ୍ପ କୃଷି ଲାଗି ପ୍ରଫେସର ରାଧାମୋହନ, ପ୍ରାଣୀ ସମ୍ପଦର ସୁରକ୍ଷା ଲାଗି ବଟକୃଷ୍ଣ ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ମନମୋହନ ମହାପାତ୍ର ଓ ପ୍ରଫେସର ରାଧାମୋହନଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିଛି ।

ସେହିପରି ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । କଙ୍ଗନା ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ସବୁଜ ଏବଂ ଗୋଲ୍ଡେନ୍‌ ରଙ୍ଗର ସାରୀ ପିନ୍ଧିଥିଲେ। କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଅନ୍ୟପଟେ ଗାୟକ ଅଦନନ୍ ସାମିଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଉତ୍ସବରେ ଅଦନନ୍ ସାମି ଏକ କଳା ଶେରୱାନି ପିନ୍ଧିଥିଲେ । ଶ୍ରେଷ୍ଠ ଅଭିନେତ୍ରୀ ପାଇଁ କଙ୍ଗନା ରାଣାୱତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Latest Posts

Don't Miss