ବାତ୍ୟା ଟଳିଲା, ବର୍ଷା କଲା କଲବଲ; ବୁଡ଼ିଲା ହେକ୍ଟର ହେକ୍ଟର ଧାନ

Paddy Crop Damaged In Cyclone Rain

ଭୁବନେଶ୍ୱର: ଜମିରେ ବତୁରି ଯାଉଛି ଫସଲ । ଉଜୁଡି ଯାଉଛି ସ୍ୱପ୍ନ, ଭାଙ୍ଗିଯାଉଛି ଚାଷୀର ମନ । ସାମୁଦ୍ରିକ ଝଡ଼ ‘ଜୱାଦ’ ବାତ୍ୟା ନ ହୋଇ ଯେତିକି ଆଶ୍ୱସ୍ତି ଦେଇଛି ତାଠୁ ଅଧିକ ଚିନ୍ତା ବଢ଼ାଇଛି ଲଗାଣ ବର୍ଷା । ଦକ୍ଷିଣରୁ ଉତ୍ତର ଓଡ଼ିଶା ପୁଣି ଉପକୂଳ ସବୁଠୁ ସମାନ ଚିତ୍ର । ଅମଳ ପରେ ଘରକୁ ଅଣାଯିବାକୁ ଥିବା ଫସଲ ଏବେ ପାଣି ସରସର ହୋଇ ନଷ୍ଟ ହେବାକୁ ବସିଲାଣି । ଆଉ ଆଣ୍ଠୁଏ କାଦୁଅ ଭିତରୁ କିଛିଟା ପାଇବା ଆଶାରେ ଫସଲକୁ ଛାଣୁଛି ହତାସ ଚାଷୀ ।

Paddy Crop Damaged In Cyclone Rain

ବର୍ଷା ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲ୍ଲାର ଚାଷୀ  । ପାଣିରେ ଭାସୁଛି କୃଷକର ପରିଶ୍ରମ । ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି ।   ନିମାପଡ଼ା, ଗୋପ ଓ ପିପିଲି ବ୍ଲକରେ ଧାନ ସହ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୁରୀ ସମେତ ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଖରିଫ ଧାନ ପାଣିରେ ବତୁରି ନଷ୍ଟ ହେବାକୁ ବସିଲାଣି ।
ସେପଟେ ଗଞ୍ଜାମ ଜିଲ୍ଲା ଆସିକାରେ ଧାନ କଟା ସରିଥିଲେ ମଧ୍ୟ ବେଙ୍ଗଳା ନହୋଇ ପଡ଼ି ରହିଛି । ବର୍ଷା ଦାଉରୁ ଏହାକୁ ବଞ୍ଚାଇବାକୁ ଜମିରେ ପାଲ ପକାଇ ସାଇତି ରଖିଛନ୍ତି ଚାଷୀ ।

Paddy Crop Damaged In Cyclone Rain

ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି । ସେପଟେ ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଏସଆରସି ।

Leave a Reply