ପଦମପୁର: ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବୃହତ ବିଜୟ ପରେ ସବୁଠି ଉତ୍ସାହ। ଆଜି ସକାଳୁ ବର୍ଷା ସିଂ ବରିହା ଆତ୍ମୀୟ ପରିଜନଙ୍କ ସହ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପାଇଁ ନୃସିଂହନାଥ ବିନ୍ଧ୍ୟବାସିନୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ବର୍ଷା। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବେ ବର୍ଷା ସିଂ ବରିହା। ପଦମପୁର ଉପନିର୍ବାଚନରେ ବର୍ଷାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ରେକର୍ଡ ବିଜୟ ହାସଲ କରିଛନ୍ତି ବର୍ଷା। ଗତକାଲି ଫୋନ୍ରେ କଥା ହୋଇ ବିପୁଳ ବିଜୟ ପାଇଁ ବର୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

