ପଦମପୁର ରେଜଲ୍ଟ; କିଏ ମାରିବ ବାଜି ?

1 min read

ପଦମପୁର: ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଆଉ କିଛି ସମୟ ପରେ ଖୋଲିବ ଇଭିଏମ, ଜଣା ପଡ଼ିବ ପ୍ରାର୍ଥୀଙ୍କ ଭାଗ୍ୟ । ସାମ୍ନାକୁ ଆସିବ ପଦମପୁର ରାୟ ।

ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତ ହେବ । ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଯିବ । ୨୯୬ ପୋଷ୍ଟାଲ ବାଲଟ ଆସିଥିବାରୁ ତାକୁ ଆଗ ଗଣତି ହେବ । ସାଢେ ୮ଟାରେ ଖୋଲିବ ଇଭିଏମ । ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି ।

ସୂଚନା ଅନୁଯାୟୀ, ଗଣତି ବେଳେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ତାର ମରାମତି ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ବ୍ୟତିତ ଗଣତି କେନ୍ଦ୍ରରେ କେହି ମୋବାଇଲ ବ୍ୟବହାର କରି ପାରିବେ ନାହିଁ । ଗଣତି ବେଳେ କେଉଁ ରାଉଣ୍ଡରେ କିଏ ଆଗୁଆ ରହିଲା ଜାଣିବା ପାଇଁ results.eci.gov.inରେ ଜାଣି ପାରିବେ ।