ଟଙ୍କା ବାଣ୍ଟିବା ବେଳେ ଧରାପଡିଲେ ବିଜେପି ନେତା, ସ୍ଥାନୀୟ ବାସିନ୍ଦା ରଖିଲେ ଅଟକ

ପଦମପୁର: ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା । ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀ ଅଟକ । ସ୍ଥାନୀୟ ଲୋକେ ସୁଧିରଙ୍କୁ ରଖିଲେ ଅଟକ ।

ସୂଚନାଯୋଗ୍ୟ, କେବଳ ବିଜେପି ନେତା ନୁହଁନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଛି । ଅର୍ଗସ ଟିଭିର ଟିମ୍ ପଦମପୁରରେ ଡେରା ପକାଇ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଅର୍ଗସ ଟିଭିର ଟିମ୍ ସ୍ଥାନୀୟ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା କହିବାକୁ ବାଧ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ପ୍ରଚାର ସମୟରେ ବିଜେପିର ଗୁଣ୍ଡାରାଜ ମଧ୍ୟ ଦେଖିବାକୁ ମିଳିଥିଲା । ଛତିଶଗଡ଼ର ଗୁଣ୍ଡା ଆସି ବିଜେପିକୁ ଭୋଟ ଦେବାକୁ ପଦମପୁରବାସୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା ।

ତେବେ ସେତିକିରେ ସୀମିତ ନଥିଲା ବିଜେପିର ଅରାଜକତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରିବାକୁ ମଧ୍ୟ ପଛାଇ ନାହିଁ ଦଳ । ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।

ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।