ପର୍ଲ ଚିଟଫଣ୍ଡ ସ୍କାମ ମାମଲା, ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରୁ ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ
1 min readନୂଆଦିଲ୍ଲୀ: ୬୦ ହଜାର କୋଟି ଟଙ୍କାର ପର୍ଲ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ସଂସ୍ଥା ବନ୍ଦର ୬ ବର୍ଷ ପରେ ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫଙ୍କ ମଧ୍ୟରେ କମ୍ପାନୀର କେତେକ କର୍ମଚାରୀଙ୍କ ସହ ବ୍ୟବସାୟୀ ରହିଛନ୍ତି । ପିଏସିଏଲ୍ ଗ୍ରୁପ୍ ଲୋଭନୀୟ ଅଫର୍ ଦେଇ ୫ କୋଟିରୁ ଅଧିକ ଲୋକଙ୍କୁ ଠକିଥିଲା । ଲୋକଙ୍କୁ ଠକି ବିଦେଶରେ ସମ୍ପତ୍ତି କିଣିଥିଲେ କମ୍ପାନୀର ମାଲିକ ।
Central Bureau of Investigation (CBI) arrested 11 people in connection with the PACL chit fund scam.
PACL was banned in 2015 by the Securities and Exchange Board of India (SEBI) for illegally collecting at least Rs 49,100 crores from 58 million investors over 18 years.
— ANI (@ANI) December 23, 2021
ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ଅନୁସାରେ, ପର୍ଲ ଏଗ୍ରୋ କର୍ପୋରେସନ୍ ଲିମିଟେଡ୍ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇ ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଚନ୍ଦ୍ର ଭୂଷଣ ଢିଲ୍ଲନ, ପ୍ରେମ ନାଥ, ମନମୋହନ କମଲ ମହାଜନ, ମୋହନଲାଲ ସେହଜପାଲ, କମ୍ବଲଜୀତ ସିଂହ ତୋର ଅଛନ୍ତି । ଏହି ଅଭିଯୁକ୍ତମାନେ ପର୍ଲ ଗ୍ରୁପର କର୍ମଚାରୀ ।
ବ୍ୟବସାୟୀ ପ୍ରବୀଣ କୁମାର ଅଗ୍ରୱାଲ, ମନୋଜ କୁମାର ଜୈନ୍, ଆକାଶ ଅଗ୍ରୱାଲ, ଅନିଲ କୁମାର ଖେମକା, ସୁଭାଷ ଅଗ୍ରୱାଲ, ରାଜେଶ ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ, ଚଣ୍ଡିଗଡ଼, କୋଲକାତା, ଭୁବନେଶ୍ୱର ସହ ଅନ୍ୟ କିଛି ସହରରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ସିବିଆଇ ।
ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା । ମାମଲାରେ ନିର୍ମଳ ସିଂହ ଭଙ୍ଗୁ, ସୁଖଦେବ ସିଂହ, ସୁବ୍ରତ ଭଟ୍ଟାଚାର୍ଯ୍ୟ, ଗୁରମିତ ସିଂହଙ୍କୁ ୨୦୧୬ ଜାନୁଆରୀ ୮ରେ ଗିରଫ କରିଥିଲା । ୨୦୧୬ ଏପ୍ରିଲ ୭ ତାରିଖରେ ଦାଖଲ ହୋଇଥିଲା ଚାର୍ଜସିଟ୍ ।