ଭିଡିଓ କଲରେ ୭୮୬ କର୍ମଚାରୀଙ୍କୁ ବାହାର କରିଦେଲା କମ୍ପାନୀ

P And O Ferries Fires 786 Employees Over Zoom Call

ନୂଆଦିଲ୍ଲୀ: ଜୁମ୍ କଲରେ ୭୮୬ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେବା ପରେ ହରଡ଼ଘଣାରେ ପଡ଼ିଛି ବ୍ରିଟିଶ୍ ସପିଂ କମ୍ପାନୀ ପି ଆଣ୍ଡ ଓ ଫେରିଜ୍ । ଏବେ କମ୍ପାନୀର କାର୍ଯ୍ୟଶୈଳୀକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, କମ୍ପାନୀ ବିରୋଧରେ ଅପରାଧିକ ଓ ନ୍ୟାୟିକ ତଦନ୍ତ ଚାଲିଛି । କମ୍ପାନୀ ୭୯୬ କର୍ମଚାରୀଙ୍କୁ କୌଣସି ନୋଟିସ୍ ନଦେଇ, କୌଣସି ଆଲୋଚନା ନକରି ଚାକିରିରୁ ବାହାର କରି ଦେଇଥିଲା ।

P And O Ferries Fires 786 Employees Over Zoom Call

ଏକଥାକୁ ବ୍ରିଟେନ୍ ବାଣିଜ୍ୟ ମନ୍ତ୍ରୀ କ୍ୱାସି କ୍ୱାରତେଙ୍ଗ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଗତ ସପ୍ତାହରେ ମୋ ଚିଠି ପରେ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ଆଗକୁ ବଢ଼ିବା ସହ ମୁଁ ଓ ପରିବହନ ମନ୍ତ୍ରୀ ତୀକ୍ଷଣ ନଜର ରଖିଛୁ ।

ଅନ୍ୟପଟେ ପି ଆଣ୍ଡ ଓ ଫେରିଜର ମୁଖ୍ୟ ପିଟର ହେବଲେଥୱେଟ୍ ଗତ ସପ୍ତାହରେ କହିଥିଲେ, ଆମେ କର୍ମଚାରୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା… ଆମେ ସେଭଳି କରି ନାହୁଁ । ସପିଂ କମ୍ପାନୀ ଗତ ମାର୍ଚ୍ଚ ୧୭ ତାରିଖରେ କର୍ମଚାରୀଙ୍କୁ ଏକ ଭିଡିଓ ମେସେଜ୍ ପଠାଇଥିଲା । ଯେଉଁଥିରେ କୁହାଯାଇଥିଲା, ତୃତୀୟ ପକ୍ଷଙ୍କ ଦ୍ୱାରା କାର୍ଯ୍ୟ କରିବ । ଆପଣ ସମସ୍ତଙ୍କୁ ଆଜିଠୁ ଚାକିରିରୁ ବାହାର କରି ଦିଆଗଲା ।