୧୮୦୦ କର୍ମଚାରୀଙ୍କୁ ବିଦା କରିବ ଓୟୋ, ଚିନ୍ତାରେ ସଫ୍ଟବ୍ୟାଙ୍କ

ମୁମ୍ବାଇ: ଖୁବ୍ କମଦିନରେ ଶସ୍ତା ହୋଟେଲ ଯୋଗାଇ ଲୋକପ୍ରିୟ ପାଲିଟଥିବା ଓୟୋ ଏବେ ଛଟେଇମୁହାଁ । ଚୀନ ସମେତ ଭାରତରେ ହୋଟେଲ ବ୍ୟବସାୟ କରୁଥିବା ଓୟୋ କର୍ମଚାରୀ ଛଟେଇ କରିବ । ଏନେଇ ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଓୟୋରେ କାମ କରୁଥିବା ସଂଖ୍ୟାଧିକ କର୍ମଚାରୀଙ୍କ ଚାକିରି ସଙ୍କଟ ମଧ୍ୟରେ ଗତି କରୁଛି ।କମ୍ପାନୀ ଗତ ଡିସେମ୍ବର ମାସରୁ ଛଟେଇ ଆରମ୍ଭ କରିଛି । ଏଯାବତ୍ ୧୨ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିଥିବା ସୂଚନା ମିଳିଛି । ଓୟୋ କେବଳ ଭାରତ ନୁହେଁ ଚୀନରେ ମଧ୍ୟ କର୍ମଚାରୀ ଛଟେଇ କରୁଛି । ଚୀନରେ କାମ କରୁଥିବା ୧୨ ହଜାର କର୍ମଚାରୀଙ୍କ ମଧ୍ୟରୁ ଓୟୋ ୫ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିସାରିଲାଣି ।ଆସନ୍ତା ୩ରୁ ୪ମାସ ମଧ୍ୟରେ ଓୟୋ ଭାରତରେ କାମ କରୁଥିବା ୧୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୨୦୦ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହି ଛଟେଇ ସେଲ୍ସ, ସପ୍ଲାଏ ଓ ଅପରେସନ୍ ବିଭାଗରେ କରାଯାଉଛି ।

ଓୟୋର ଏଭଳି ପଦକ୍ଷେପ ସଫ୍ଟବ୍ୟାଙ୍କର ଚିନ୍ତା ବଢ଼ାଇ ଦେଇଛି । ସଫ୍ଟବ୍ୟାଙ୍କ ଭିଜନ୍ ଫଣ୍ଡ ଜରିଆରେ ଓୟୋରେ ୧.୫ ବିଲିଅନ୍ ଡଲାର ନିବେଶ କରିଛି । ଓୟୋର ମାର୍କେଟ ଭ୍ୟାଲୁ ବର୍ତ୍ତମାନ ୧୦ ବିଲିଅନ୍ ଡଲାର ଅଟେ । କମ୍ପାନୀ ପାଖରେ ଦେଶରେ ଏକ ଲକ୍ଷରୁ ଅଧିକ ରୁମ୍ ରହିଛି ।‘ଓରାବଲ୍’ ନାଁରେ ଆରମ୍ଭ ହୋଇଥିବା ୱେବସାଇଟ୍ ୨୦୧୩ରେ ଓୟୋ ରୁମ୍ସ ନାଁରେ ପରିବର୍ତ୍ତିତ ହୋଇଥିଲା । ଏହାକୁ ଆରମ୍ଭ କରିଥିଲେ ଓଡ଼ିଆ ଯୁବକ ରିତେଶ ଅଗ୍ରୱାଲ । ଖୁବ୍ କମ୍ ସମୟରେ ଏହି ଷ୍ଟାର୍ଟଅପକୁ ସଫ୍ଟବ୍ୟାଙ୍କ ମଧ୍ୟ ସହଯୋଗ ଦେଇଥିଲା ।

Leave a Reply