spot_img

Latest Posts

କୋଭିଡ୍ -19 ବିରୁଦ୍ଧରେ ଲଢେଇ: ରୋ-ରୋ ସେବା ଦ୍ୱାରା ରେଳବାଇ ପକ୍ଷରୁ ଅକ୍ସିଜେନ ପରିବହନ

ଭୁବନେଶ୍ୱର: କରୋନା ସଂକ୍ରମର ବଢ଼ୁଥିବାରୁ ଏବେ ଦେଶରେ ଅମ୍ପଜାନର ଚାହିଦା ବଢ଼ିବାରେ ଲାଗିଛି । ଦେଶରେ ଅମ୍ଳଜାନ ଅଭାବରୁ ରାଗୀଙ୍କର ମୃତ୍ୟୁ ହେଉଛି। କୋଭିଡ -19 ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ ଏକ୍ସପ୍ରେସ୍‌ ଚଳାଇବାକୁ ପ୍ରସ୍ତୁତ ହୋଇଛି।

ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ ଅମ୍ଳଜାନ ଏକ୍ସପ୍ରେସ୍‌ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ୍ ଶେଡ୍‌ରୁ ଆସିଥିବା ସାତଟି ଖାଲି ଟ୍ୟାଙ୍କର୍ ପୂର୍ବତଟ ରେଳପଥରେ ଅଛି। ଏହା ଆଜି ସକାଳେ ବିଶାଖାପାଟନମ୍ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି। ଆସିଥିବା ଖାଲି ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ ଭରଣ କରାଯିବ। ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୧୫ ଟନ୍ LMO ଲୋଡ୍ ହେବ। ଏହା ପରେ ମହାରାଷ୍ଟ୍ର ଆଡକୁ ଗତି କରିବ।

ଗତ ବର୍ଷ ଲକ୍ ଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଅତ୍ୟାବଶକୀୟ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ଜାରି ରଖିଥିଲା। ଚଳିତ ବର୍ଷ ଅକ୍ସିଜେନ୍ ଏକ୍ସପ୍ରେସ୍‌ ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହିତ ରୋଗୀ ଏବଂ ବିଭିନ୍ନ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇବାରେ ସାହାଯ୍ୟ କରିବ |

Latest Posts

Don't Miss